Image Courtesy of India Today
ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପରିବାର ପ୍ରତି ପାକିସ୍ତାନର ଆଚରଣକୁ ଦ୍ରୌପଦୀଙ୍କ ବସ୍ତ୍ରହରଣ ସହ ତୁଳନା କରି ରାଜ୍ୟସଭା ସଦସ୍ୟ ସୁବ୍ରମଣିଆନ୍ ସ୍ୱାମୀ ଯୁଦ୍ଧ ପାଇଁ ପ୍ରସ୍ତୁତି କରିବାକୁ ଭାରତ ସରକାରଙ୍କୁ କହିଛନ୍ତି।
ଗତ ସନ୍ଧ୍ୟାରେ ମୁମ୍ବାଇ ଠାରେ ଗଣମାଧ୍ୟମ ଆଗରେ ଭାରତୀୟ ଜନତା ପାର୍ଟିର ସାଂସଦ ସୁବ୍ରମଣିଆନ୍ ସ୍ୱାମୀ କହିଛନ୍ତି: ପାକିସ୍ତାନ ବିରୋଧରେ ଯୁଦ୍ଧ ଅଭିଯାନ ଆରମ୍ଭ କରି ତାକୁ ଖଣ୍ଡବିଖଣ୍ଡ କରିବାର ସମୟ ଆସିଛି। ତତ୍କ୍ଷଣାତ୍ ଯୁଦ୍ଧ ଆରମ୍ଭ କରିବାକୁ ମୁଁ କହୁନାହିଁ। କିନ୍ତୁ, ଏବେ ଠାରୁ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ।
ବୈଦେଶିକ ବ୍ୟାପାରର ସଂସଦୀୟ ପରାମର୍ଶଦାତା କମିଟିରର ସଦସ୍ୟ ଥିବା ସ୍ୱାମୀ ଆହୁରି କହିଛନ୍ତି: ଏହା ମୋର ବ୍ୟକ୍ତିଗତ ମତ। ସୋମବାର ଦିନ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଟପି ଚଢ଼ଉ କରିବା ପ୍ରସଙ୍ଗରେ ପଚରା ଯିବାରୁ ସେ କହିଛନ୍ତି ଯେ ପାକିସ୍ତାନକୁ ୪ ଖଣ୍ଡ କରି ଦେବା କଥା।
ସେ କହିଛନ୍ତି: ତାହା ଠିକ୍ ଅଛି, କିନ୍ତୁ ସ୍ଥାୟୀ ସମାଧାନ ପାଇଁ ପାକିସ୍ତାନକୁ ଭାଗ ଭାଗ କରି ଦେବା ଉଚିତ। ପାକିସ୍ତାନ ଗୋଟାଏ ହିଂସୁକା ଓ ଅହନ୍ତା ରଖୁଥିବା ଦେଶ। ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଅନ୍ୟ ଦେଶଗୁଡ଼ିକ ଏଥିରେ ଭାଗ ନ ନେବା କଥା।
Follow Us