ମାଛରେ ଫର୍ମାଲିନ୍‌ ଚିହ୍ନଟ ପରେ ୧୫ ଦିନ ପାଇଁ ଗୋଆକୁ ମାଛ ଆମଦାନୀ ବନ୍ଦ କଲେ ମୁଖ୍ୟମନ୍ତ୍ରୀ ପାରିକର୍‌

ମାଛରେ ଫର୍ମାଲିନ୍‌ ଚିହ୍ନଟ ପରେ ୧୫ ଦିନ ପାଇଁ ଗୋଆକୁ ମାଛ ଆମଦାନୀ ବନ୍ଦ କଲେ ମୁଖ୍ୟମନ୍ତ୍ରୀ ପାରିକର୍‌

ପାଣାଜୀ: କିଛିଦିନ ତଳେ ମାଛରେ ଫର୍ମାଲିନ୍‌ ଥିବା କଥା ଚାରିଆଡ଼େ ହଇଚଇ ସୃଷ୍ଟି କରିଥିଲା। ଏହି ଫର୍ମାଲିନ୍‌ କର୍କଟର କାରଣ ହୋଇଥାଏ ବୋଲି ଜାଣିବା ପରେ ମାଛ ଖାଇବା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗୋଆ ମୁଖ୍ୟମନ୍ତ୍ରୀ ମନୋହର୍‌ ପାଇକ୍‌ରାୟ ୧୫ ଦିନ ପର୍ଯର୍୍ୟନ୍ତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଗୋଆକୁ ମାଛ ଆମଦାନୀ ବନ୍ଦ କରି ଦେଇଛନ୍ତି। ଏହି ବ୍ୟାନ୍‌ ଅଗଷ୍ଟ ୧ରେ ଉଠାଯିବ ବୋଲି ସୂଚନା ରହିଛି।

ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଆ ଲୋକଙ୍କର ଆଗ୍ରହ ମାଛ ବ୍ୟାନ୍‌କୁ ନେଇ ଦେଖା ଦେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମାତ୍ର ଗୋଆର ନିଜସ୍ୱ ତାଜା ମାଛ ଗୋଆବାସୀଙ୍କ ପାଇଁ ଉପଲବ୍ଧ ହେବ।

ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଆହୁରି ଶାନ୍ତ୍ୱନା ଦେଇ କହିଛନ୍ତି କି ମାଛ ବ୍ୟାନ୍‌ ହୋଇଥିବା ହେତୁ ଆଗାମୀ ଦିନମାନଙ୍କରେ ଗୋଆରେ ମାଛ ଅଭାବ ପରିଲିକ୍ଷିତ ହେବ ନାହିଁ। ଏହି ମାଛ ବ୍ୟାନ୍‌ ସଂପର୍କରେ ପାରିକର୍‌ ରାଜ୍ୟ ସଚିବାଳୟରେ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe