କରୋନା ଆକ୍ରାନ୍ତ ହେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

Advertisment
କରୋନା ଆକ୍ରାନ୍ତ ହେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

The Statesman

ପାଣାଜୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅ ତଥା ବିଧାୟକ ପଙ୍କଜ ସିଂହ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ମିଳିଥିବା ବେଳେ ଏବେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଏ ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଟୁଇଟ‌ରେ, ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ମୋର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋ ମଧ୍ୟରେ କରୋନାର କୌଣସି ଲକ୍ଷଣ ନଥିବାରୁ ମୁଁ ଘରେ ଆଇସୋଲେସନରେ ରହିବା ପାଇଁ ଚୟନ କରିଛି | ମୁଁ ଘରୁ କାମ କରି ମୋର କର୍ତ୍ତବ୍ୟ ପାଳନ କରିବା ଜାରି ରଖିବି | ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସମ୍ପର୍କକୁ ଆସିଛନ୍ତି ସେମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି |

ସୂଚନା ମୁତାବକ, କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ମାରାତ୍ମକ ମହାମାରୀ ଦେଶର ଅନେକ ନେତାଙ୍କୁ ସଂକ୍ରମିତ କରିଛି | ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ବହୁ ନେତା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜିଟିଭ୍ ବୋଲି ଜଣା ପଡ଼ିବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe