ଗୋଆ ବିଧାନସଭା ନିର୍ବାଚନର ଭୋଟଗଣତି: ଆଗରେ ବିଜେପି, ପଛରେ କଂଗ୍ରେସ

ଗୋଆ ବିଧାନସଭା ନିର୍ବାଚନର ଭୋଟଗଣତି: ଆଗରେ ବିଜେପି, ପଛରେ କଂଗ୍ରେସ

ପାନାଜି: ଗୋଆ ବିଧାନସଭା ନିର୍ବାଚନର ଭୋଟଗଣତିର ତାଜା ତଥ୍ୟ ଅନୁଯାୟୀ, ପୁଣି ବିଜେପି କଂଗ୍ରେସକୁ ପଛରେ ପକାଇଛି। ଚାଲିଥିବା ୪୦ଟି ଆସନର ଗଣତିର ଟ୍ରେଣ୍ଡ ଅନୁଯାୟୀ, ବିଜେପି ୧୮ଟି ଆସନରେ ଆଗୁଆ ରହିଛି। ଏଣେ କଂଗ୍ରେସ ପ୍ରାର୍ଥୀମାନେ ୧୨ଟି ଆସନରେ ଆଗୁଆ ଅଛନ୍ତି। ଏହା ବ୍ୟତୀତ ଟିଏମସି ମିଳିତ ମଞ୍ଚ ପାଞ୍ଚଟି ଆସନରେ ଆଗୁଆ ରହିଛି। ତେଣେ ଅନ୍ୟ ଦଳମାନେ ୫ଟି ଆସନରେ ଆଗୁଆ ରହିଥିବା ଜଣାଯାଇଛି।

ଗୋଆର ବିଜେପି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଗୁଆ ଅଛନ୍ତି। ଏପର୍ଯ୍ୟନ୍ତ ତାଙ୍କୁ ୫୬୧୨ ଭୋଟ୍ ମିଳିଥିବାବେଳେ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ୫୨୪୬ ଖଣ୍ଡ ଭୋଟ୍ ପାଇଛନ୍ତି।

publive-image DailyO

ସୂଚନାଯୋଗ୍ୟ, ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ଗୁରୁବାର) ଜଣାପଡ଼ିବ। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। କିଏ କେତେ ଆସନ ଜିତିବ, ଏସଂକ୍ରାନ୍ତ ପ୍ରାରମ୍ଭିକ ସୂଚନା ଦିନ ୧୦ଟାରୁ ମିଳିବା ଆାରମ୍ଭ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ।
ଏହି ୫ ରାଜ୍ୟରୁ ୪ଟିରେ ବିଜେପି କ୍ଷମତାରେ ଥିବା ବେଳେ କଂଗ୍ରେସ କେବଳ ଗୋଟିଏ ରାଜ୍ୟ ପଞ୍ଜାବରେ କ୍ଷମତାରେ ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ରେ ଉତ୍ତରପ୍ରଦେଶ ରେ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଦର୍ଶାଯାଇଥିବା ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବାରୁ ଝୁଲା ବିଧାନସଭା ସମ୍ଭାବନା ରହିଛି। ଏକଜିଟ୍ ପୋଲ୍ କେତେ ସତ ହେଉଛି ତାହା ଆଜି ଗଣତି ବେଳେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe