ବ୍ୟଭିଚାର ମାମଲାରୁ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ଚାଲେଞ୍ଜ କଲେ ଗୋଆ ସରକାର

ବ୍ୟଭିଚାର ମାମଲାରୁ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ଚାଲେଞ୍ଜ କଲେ ଗୋଆ ସରକାର

Image Courtesy of India Today

ମୁମ୍ବାଇ: ୨୦୧୩ ଦୁଷ୍କର୍ମ ମାମଲାରୁ ‘ତେହେଲ୍‌କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ୍‌ଙ୍କୁ ଗୋଆ ସେସନ୍ କୋର୍ଟ ଦୋଷମୁକ୍ତ କରିବାର ଅଳ୍ପ କେଇଦିନ ପରେ ଗୋଆ ସରକାର ଉକ୍ତ ରାୟକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ଆବେଦନ କରିଛନ୍ତି। ମେ ୨୧ ତାରିଖ ଦିନ ମାପୁସାସ୍ଥିତ ଗୋଆ ସେସନ୍ କୋର୍ଟ ତେଜପାଲଙ୍କୁ ଦୋଷମୁକ୍ତ କରି ଉପରୋକ୍ତ ରାୟ ଶୁଣାଇଥିଲେ।

ମଙ୍ଗଳବାର ଦିନ ଆବେଦନ ଫାଇଲ୍‌ ହୋଇଥିବା କଥା ସୁନିଶ୍ଚିତ କରି ଗୋଆର ଆଡ୍‌ଭୋକଟେ୍‌ ଜେନେରାଲ୍‌ ଦେବୀଦାସ ପାଙ୍ଗମ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ସପ୍ତାହ ମଧ୍ୟରେ ଏହି ଆବେଦନ ଶୁଣାଣି ହୋଇପାରେ।

ଜଣେ ସହକର୍ମିଣୀ ବ୍ୟଭିଚାର ଅଭିଯୋଗ ଦାଏର କରିବା କାରଣରୁ ୨୦୧୩ରେ ତରୁଣ ତେଜପାଲ୍‌ ଗିରଫ ହୋଇଥିଲେ। ନଭେମ୍ବର ୭ ତାରିଖ ଦିନ ଗୋଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ସମୟରେ ଗୋଟାଏ ପଞ୍ଚତାରକା ହୋଟେଲ୍‌ର ଲିଫ୍‌ଟ୍‌ ଭିତରେ ତେଜପାଲ ଉକ୍ତ ମହିଳାଙ୍କ ସହ ବ୍ୟଭିଚାର କରିଥିଲେ।

publive-image Image Courtesy of News18

ଏହି ମାମଲାରେ ତେଜପାଲଙ୍କୁ ୨୦୧୩ ନଭେମ୍ବର ୩୦ରେ ଗିରଫ କରାଯାଇଥିଲା ଏବଂ ସୁପ୍ରିମ୍‌ କୋର୍ଟ ତାଙ୍କୁ ୨୦୧୪ ଜୁଲାଇ ୧ ତାରିଖ ଦିନ ଜାମିନ ପ୍ରଦାନ କରିଥିଲେ।

୨୦୧୪ ଫେବ୍ରୁଆରିରେ ଗୋଆ କ୍ରାଇମ୍‌ ବ୍ରାଞ୍ଚ୍‌ ମଧ୍ୟ ତେଜପାଲଙ୍କ ନାମରେ ୨,୮୪୬ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା। ତାଙ୍କ ବିରୋଧରେ ‘ଆଇପିସି’ ଧାରା ୩୪୧, ୩୪୨, ୩୫୪, ୩୫୪-ଏ, ୩୫୪-ବି, ୩୭୬ (୨) ଏବଂ ୩୭୬ (୨) ପ୍ରଭୃତି ଲାଗୁ କରାଯାଇଥିଲା।

ଗୋଆର ଅତିରିକ୍ତ ସେସନ ଜଜ୍ କ୍ଷମା ଯୋଶୀ ତରୁଣ ତେଜପାଲଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ତେଜପାଲ ଓ ତାଙ୍କ ଓକିଲ ବିଚାରପତି ଯୋଶୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଗୋଆ ସରକାର ଅସନ୍ତୋଷ ବ୍ୟକ୍ତ କରିବା ସହ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe