ପରକୀୟା ପ୍ରୀତି ବିବାଦ: ଗିରଫ ହେଲେ ସ୍ତ୍ରୀକୁ ସମୁଦ୍ରରେ ବୁଡ଼ାଇ ଦୁର୍ଘଟଣା ବୋଲି କହୁଥିବା ହୋଟେଲ୍‌ ମ୍ୟାନେଜର୍‌

Advertisment
ପରକୀୟା ପ୍ରୀତି ବିବାଦ: ଗିରଫ ହେଲେ ସ୍ତ୍ରୀକୁ ସମୁଦ୍ରରେ ବୁଡ଼ାଇ ଦୁର୍ଘଟଣା ବୋଲି କହୁଥିବା ହୋଟେଲ୍‌ ମ୍ୟାନେଜର୍‌

Image Courtesy of India Today

ମଡ଼ଗାଁଓ: ଶୁକ୍ରବାର ଦିନ ଗୋଆର କ୍ୟାବୋ ଡି ରାମା ବେଳାଭୂମି ଅନ୍ତର୍ଗତ ସମୁଦ୍ରରେ ସ୍ତ୍ରୀଙ୍କୁ ବୁଡ଼ାଇ ମାରିଥିବା ଅଭିଯୋଗରେ ଦକ୍ଷିଣ ଗୋଆସ୍ଥିତ ଏକ ବିଳାସମୟ ହୋଟେଲ୍‌ର ମ୍ୟାନେଜର୍‌ଙ୍କୁ ଶନିବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ଅଭିଯୁକ୍ତ ହେଉଛନ୍ତି ୨୯ ବର୍ଷିୟ ଗୌରବ କଟିୟାର୍‌। ସମୁଦ୍ରରେ ବୁଡ଼ିଯାଇ ୨୭ ବର୍ଷୀୟ ସ୍ତ୍ରୀ ଦୀକ୍ଷା ଗଙ୍ଗୱାର୍‌ ମରିଛନ୍ତି ବୋଲି ସେ କହୁଥିଲେ। କିନ୍ତୁ, ସେତେବେଳେ ସେଠାରେ ଜଣେ ବ୍ୟକ୍ତି ଉତ୍ତୋଳନ କରିଥିବା ଭିଡିଓରୁ ପ୍ରକୃତ କଥା ଜଣାପଡ଼ିଗଲା।

ଶୁକ୍ରବାର ଅପରାହ୍ଣରେ ପୁଲିସ ଲୋକପ୍ରିୟ ବେଳାଭୂମି ବା ‘ବିଚ୍’ ନିକଟରୁ ଗଙ୍ଗୱାର୍‌ଙ୍କ ଶବ ଉଦ୍ଧାର କରିଥିଲା। ପୁଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟ ଲକ୍ଷ୍ନୌ ବାସିନ୍ଦା। ବର୍ଷେ ହେବ କଟିୟାର୍‌ ଗଙ୍ଗୱାର୍‌ଙ୍କୁ ବିବାହ କରିଥିଲେ। କିନ୍ତୁ, କଟିୟାର୍‌ଙ୍କ ପରକୀୟା ପ୍ରୀତି ଥିବା କଥା ଦୀକ୍ଷା ଜାଣିପାରିଥିଲେ। ସେଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ହୁଏ। ସେହି କାରଣରୁ କଟିୟାର୍‌ ତାଙ୍କୁ ହତ୍ୟା କରିଛନ୍ତି।

publive-image Image Courtesy of NDTV

ସ୍ତ୍ରୀକୁ ସାଥିରେ ଧରି ହୋଟେଲ୍‌ଠାରୁ ଅଳ୍ପ ଦୂରେ ଥିବା ବେଳାଭୂମିରେ ବୁଲାବୁଲି କରୁଥିବା ବେଳେ ଶୁକ୍ରବାର ଅପରାହ୍ଣ ପ୍ରାୟ ୩.୪୫ରେ କଟିୟାର୍‌ ଏଭଳି ଅପରାଧ କରିଥିଲେ। କଟିୟାର୍‌ ବେଳାଭୂମିରେ ଥିବା ଗୋଟାଏ ପଥୁରିଆ ଅଞ୍ଚଳକୁ ଯାଇ ସେଠାରୁ ସ୍ତ୍ରୀଙ୍କୁ ସମୁଦ୍ରକୁ ଠେଲି ଦେଇଥିଲେ। ତେଣୁ, ସ୍ତ୍ରୀଙ୍କ ଦେହ କ୍ଷତାକ୍ତ ହୋଇଛି ବୋଲି ପୁଲିସ କହିଛି।

ପୁଲିସ ଆହୁରି ମଧ୍ୟ କହିଛି, ସ୍ତ୍ରୀଙ୍କୁ ବୁଡ଼ାଇ ମାରିବା ଘଟଣାକୁ ଦୁର୍ଘଟଣା ବୋଲି ପ୍ରମାଣ କରିବା ଲାଗି କଟିୟାର୍‌ ଘଟଣାସ୍ଥଳରେ ଚିତ୍କାର କଲେ। ଖବର ପାଇ କନ୍‌କୋଲିମ୍‌ ପୁଲିସ ବି ସେଠାରେ ପହଞ୍ଚିଲା। କିନ୍ତୁ, ସେତେବେଳେ ଜଣେ ସ୍ଥାନୀୟ ଲୋକ ସୁଟିଙ୍ଗ୍‌ କରିଥିବା ଭିଡିଓରୁ ଅସଲ କଥା ଜଣାପଡ଼ିଲା।

ଭିଡିଓରେ ଦେଖାଯାଉଛି କଟିୟାର୍‌ ପାଣିରୁ ବେଳାଭୂମିକୁ ଉଠି ଆସିବା ପରେ ସ୍ତ୍ରୀ ମରିଛି କି, ନାହିଁ ସୁନିଶ୍ଚିତ ହେବାକୁ ପୁଣି ପାଣିକୁ ପଶୁଛନ୍ତି। ତା’ପରେ ଏହାକୁ ଅଘଟଣ ବୋଲି ପ୍ରତିପାଦନ କରିବାକୁ ଚିତ୍କାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe