ପାନାଜୀ: ଉତ୍ତର ଗୋଆର ଅର୍ପୋରାରେ ‘ବର୍ଚ ବାଏ ରୋମିଓ ଲେନ୍‌’  ନାଇଟ୍‌ କ୍ଲବ୍‌ରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର କିଛି ସମୟ ମଧ୍ୟରେ ଏହାର ମାଲିକ ସୌରଭ ଓ ଗୌରବ ଲୁଥ୍ରା ଦେଶଛାଡ଼ି ଥାଇଲାଣ୍ଡ ପଳାଇଛନ୍ତି। ଡିସେମ୍ବର ୭ ସକାଳ ୫ଟା ୩୦ରେ ଲୁଥ୍ରା ଭ୍ରାତା ଦିଲ୍ଲୀରୁ ଫୁକେତ୍‌କୁ ଇଣ୍ଡିଗୋ ବିମାନ ନମ୍ବର (୬ଇ୧୦୭୩)ରେ ପଳାଇଛନ୍ତି ବୋଲି କହିଛି। ପୁଲିସ ଦିଲ୍ଲୀସ୍ଥିତ ସେମାନଙ୍କ ବାସଭବନରେ ପହଞ୍ଚିବା ପରେ ସେମାନଙ୍କୁ ପାଇ ନଥିଲା। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ୍‌ କରି ସୌରଭ ଲୁଥ୍ରା ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ମ୍ୟାନେଜମେଣ୍ଟ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ଏବଂ ସମର୍ଥନ ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ବର୍ଚ ବାଏ ରୋମିଓ ଲେନ୍‌ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisment

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ସାମନାକୁ ଆସିଲା ମାଲିକଙ୍କ ଅ‌ନ୍ୟ ଏକ ‌ବେଆଇନ କାରନାମା
ନୂଆଦିଲ୍ଲୀ: ଲୁଥ୍ରା ବ୍ରଦର୍ସଙ୍କ ମାଲିକାନାରେ ଥିବା ଅନ୍ୟ ଏକ କ୍ଲବ୍‌ ବେଆଇନ ଭାବେ ନିର୍ମାଣ ହୋଇଛି। କୌଣସି ଅଗ୍ନି ସୁରକ୍ଷା କିମ୍ବା ଅନ୍ୟ ସୁରକ୍ଷା ବ୍ୟବସ୍ଥା ନାହିଁ। ଗୋଆର ଭ୍ୟାଗେଟର ବିଚ୍‌ରେ ଏହି କ୍ଲବ୍‌ଟି ଅବସ୍ଥିତ ଏବଂ ଏହା ଏକ ସରକାରୀ ଜମିରେ ନିର୍ମାଣ ହୋଇଛି। ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୋଷ୍ଟାଲ ଜୋନ୍‌ ରେଗୁଲେଟୋରି ବୋର୍ଡ ଏବଂ ଟାଉନ ଆଣ୍ଡ କଣ୍ଟ୍ରି ପ୍ଲାନିଂ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ସାମାଜିକ କର୍ମୀ ରବି ହରମଲକର ମଧ୍ୟ ଲୁଥ୍ରା ବ୍ରଦର୍ସଙ୍କଠାରୁ ଧମକ ପାଇଛନ୍ତି। ଶେଷରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ କ୍ଲବ୍‌ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି କ୍ଲବ୍‌ ଏବେ ପର୍ଯ୍ୟନ୍ତ ଚାଲୁଥିଲା।

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା