ପାନାଜୀ : ଗୋଆର ଏକ ନାଇଟ୍ କ୍ଲବରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ସଂପର୍କରେ ଏକ ବଡ଼ ଖବର ଆସୁଛି । କ୍ଲବର ମାଲିକ ଲୁଥ୍ରା ଭାଇମାନେ ଦେଶଛାଡ଼ି ଫେରାର ହୋଇଯାଇଛନ୍ତି । ସୂଚନା ଅନୁସାରେ ସେମାନେ ଥାଇଲାଣ୍ଡର ଫୁକେଟକୁ ପଳାୟନ କରିଛନ୍ତି। 

Advertisment

ଆହୁରି ପଢନ୍ତୁ : Indigo Flight Disruption : ଫ୍ଲାଇଟ୍ ଅଚଳାବସ୍ଥାର ପ୍ରକୃତ କାରଣ ଜାଣିବା କଷ୍ଟକର : ଇଣ୍ଡିଗୋ

କ୍ଲବ୍ର ଜେନେରାଲ ମ୍ୟାନେଜରଙ୍କ ସମେତ ଚାରି ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଏହା ସହିତ ପୁଲିସ ଲୁଥ୍ରା ଭାଇ- ଗୌରବ ଓ ସୌରଭ ଲୁଥ୍ରାଙ୍କ ବିରୋଧରେ ଓ୍ବାରେଣ୍ଟ ଓ ଲୁକଆଉଟ ସର୍କୁଲାର ଜାରି କରିଥିଲା । କିନ୍ତୁ ସେମାନେ ଇଣ୍ଡିଗୋ ବିମାନରେ ଥାଇଲାଣ୍ଡ ଫେରାର ହୋଇଯାଇଛନ୍ତି । 

ଗୋଆ ପୋଲିସ ସୂତ୍ର ଅନୁଯାୟୀ, ଅଗ୍ନିକାଣ୍ଡ ଘଟିବା ରାତିରେ ହିଁ ଗୌରବ ଓ ସୌରଭ ଲୁଥ୍ରା ମୁମ୍ବାଇରୁ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ସେମାନେ ଇଣ୍ଡିଗୋ ବିମାନରେ ଫୁକେଟ୍ ଯାଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, "ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଗୋଆ ପୁଲିସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମାଧ୍ୟମରେ ଇଣ୍ଟରପୋଲ୍ ସହାୟତା ନେବାକୁ ପଦକ୍ଷେପ ନେଇଛି।"

ଆହୁରି ପଢନ୍ତୁ : Additional Appropriation Bill passed: ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଗୋଆର ଆରପୋରାରେ ଥିବା ନାଇଟକ୍ଲବ ‘ବାର୍ଚ୍ ବାଇ ରୋମିଓ ଲେନ’ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୫ ଲୋକ ପ୍ରାଣ ହରାଇଥିଲେ ।