ପାନାଜୀ: ଗତବର୍ଷ ଡିସେମ୍ବରରେ ଗୋଆର ନାଇଟ୍‌ ନାଇଟ୍‌ କ୍ଲବ୍‌ ‘ବର୍ଚ୍‌ ବାଏ ରୋମିଓ ଲେନ୍‌’ ଅଗ୍ନିକାଣ୍ଡ ଘଟଣାରେ ‌ଗୋଆ ପୁଲିସ ଗୁରୁବାର ୧୩ ଜଣଙ୍କ ବିରୋଧରେ ଏକ ଚାର୍ଜସିଟ୍‌ ଦାଖଲ କରିଛି । ଅଗ୍ନିକାଣ୍ଡ‌ରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଆହୁରି ଅନେକ ଲୋକ ଆହତ ହୋଇଥିଲେ। ଅଞ୍ଜୁନା ପୁଲିସ ଏହି ମାମଲାରେ ୪,୧୫୦ ପୃଷ୍ଠାର ଏକ ଚାର୍ଜସିଟ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟ‌ରେ ଦାଖଲ କରିଛନ୍ତି।

Advertisment

ମାମଲାରେ ମୋଟ ୩୦୫ ସାକ୍ଷୀଙ୍କର ବୟାନ ରେକର୍ଡ କରାଯାଇଛି। ନାଇଟକ୍ଲବ୍‌ ମାଲିକଙ୍କ ସମେତ ମୋଟ୍‌ ୧୩ ଜଣଙ୍କ ନାଁ ଚାର୍ଜସିଟ୍‌‌ରେ ରହିଛି। ଅଜୟ ଗୁପ୍ତା , ଗୌରବ ଲୁଥ୍ରା ଏବଂ ତାଙ୍କ ଭାଇ ସୌରଭ ଲୁଥ୍ରା ଏବଂ ନାଇଟ୍‌ କ୍ଲବ୍‌ରେ କାମ କରୁଥିବା କର୍ମଚାରୀଙ୍କ ନାଁ ମଧ୍ୟ ଚାର୍ଜସିଟ୍‌ରେ ରହିଛି। ୨୦୨୫ ଡିସେମ୍ବର ୬ ତାରିଖରେ ଅର୍‌ପୋରା ସ୍ଥିତ ଏହି ନାଇଟକ୍ଲବ୍‌ରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣାରେ ବିଏନ୍‌ଏସ (ଭାରତୀୟ ନ୍ୟାୟ ସଂହିତା)ର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: Police: ପଶ୍ଚିମବଙ୍ଗ ପୁଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣାରେ କାର୍ଯ୍ୟାନୁଷ୍ଠାନ