ଗୋଆ ଦଳାଚକଟା ଘଟଣା: ୮୦ ଛୁଇଁଲା ଆହତଙ୍କ ସଂଖ୍ୟା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

80

Photograph: (Sambad.in)

ପାଣାଜୀ: ଗୋଆରେ ଦଳାଚକଟା ଘଟଣା । ବଢୁଛି ଆହତଙ୍କ ସଂଖ୍ୟା । ଦଳାଚକଟାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୦ରେ ପହଞ୍ଚିଲା । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣାରେ ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଧାର୍ମିକ ଯାତ୍ରାରେ ପ୍ରବଳ ଭିଡରୁ ଦଳାଚକଟା ପରିସ୍ଥିତିରେ ୭ ଜଣଙ୍କ ମୃତ୍ୟୁ ଏବଂ ୮୦ ଜଣ ଆହତ ହେବା ଘଟଣାରେ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଜଣାଇଛନ୍ତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଗୋଆ ଶିରଗାଓଁରେ ଅନୁଷ୍ଠିତ ଶ୍ରୀଲେରାଇ ଯାତ୍ରାରେ ଦଳାଚକଟା ଘଟିଛି । ଯାତ୍ରା ଦେଖିବାକୁ ଭକ୍ତଙ୍କ ସମାଗମ ବଢିବାରୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି । ପ୍ରତିବର୍ଷ ଏହି ଯାତ୍ରା ହୁଏ । ଏଥର ଶ୍ରଦ୍ଧାଳୁଙ୍କ ସମାଗମ ଅଧିକ ହେବାରୁ ଏମିତି ହୋଇଛି। ଆହତମାନଙ୍କୁ ଗୋଆ ମେଡିକାଲ କଲେଜ ଏବଂ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଆହତମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ସ୍ଥିତିର ଅନୁଧ୍ୟାନ କରିବା ପରେ ଘଟଣାସ୍ଥଳକୁ ଯାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe