ଗୋଆ ମନ୍ଦିରରେ ଦଳାଚକଟା: ୭ ମୃତ

Advertisment

ଗୋଆରେ ଆଜି ଏକ ମନ୍ଦିରରେ ବଡ଼ ଅଘଟଣ ଘଟିଯାଇଛି। ଉତ୍ତର ଗୋଆର ଶିରା ଗୋ ଗ୍ରାମରେ ଶ୍ରୀ ଲୈରାଇ ଦେବୀ ମନ୍ଦିର‌ର ବ‌ାର୍ଷିକ ଉତ୍ସବ ଚାଲିଥିବାବେଳେ ଦଳାଚକଟା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି।

ଗୋଆରେ ଆଜି ଏକ ମନ୍ଦିରରେ ବଡ଼ ଅଘଟଣ ଘଟିଯାଇଛି। ଉତ୍ତର ଗୋଆର ଶିରା ଗୋ ଗ୍ରାମରେ ଶ୍ରୀ ଲୈରାଇ ଦେବୀ ମନ୍ଦିର‌ର ବ‌ାର୍ଷିକ ଉତ୍ସବ ଚାଲିଥିବାବେଳେ ଦଳାଚକଟା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି।

muhgfds

ନୂଆଦିଲ୍ଲୀ: ଗୋଆରେ ଆଜି ଏକ ମନ୍ଦିରରେ ବଡ଼ ଅଘଟଣ ଘଟିଯାଇଛି। ଉତ୍ତର ଗୋଆର ଶିରା ଗୋ ଗ୍ରାମରେ ଶ୍ରୀ ଲୈରାଇ ଦେବୀ ମନ୍ଦିର‌ର ବ‌ାର୍ଷିକ ଉତ୍ସବ ଚାଲିଥିବାବେଳେ ଦଳାଚକଟା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣା ସଂକ୍ରାନ୍ତରେ ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି, ଉତ୍ସବ ପାଇଁ ପାଖାପାଖି ୩୦ ହଜାରରୁ ୪୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଅନେକ ଲୋକ ମନ୍ଦିର ନିକଟସ୍ଥ ଏକ ଗଡ଼ାଣିଆ ସ୍ଥାନରେ ଠିଆ ହୋଇଥିଲେ। ଏହି ସମୟରେ କିଛି ଲୋକ ହଠାତ୍‌ ପଡ଼ି ଯାଇଥିଲେ। ଫଳରେ ପଛକୁ ପଛ ଲୋକମାନେ ପଡ଼ି ଚାଲିଥିଲେ ବୋଲି ଡିଜିପି ଆଲୋକ କୁମାର କହିଛନ୍ତି। ପୁଲିସ ଅନୁଯାୟୀ ପାଖାପାଖି ୪୦ରୁ ୫୦ ଲୋକ ସମାନ ସ୍ଥାନରେ ପଡ଼ିଥିଲେ।

ଉଲ୍ଳେଖଯୋଗ୍ୟ ଯେ ଶ୍ରୀ ଲୈରାଇ ଦେବୀ ମନ୍ଦିରର ବାର୍ଷିକୋତ୍ସବ ପାଇଁ ଗୋଆ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ  ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।  ଭିଡ଼ ଯୋଗୁ ଦଳାଚକଟା ଉପୁଜିଛି। ଦଳାଚକଟାରେ ଆହତ ହୋଇ କିଛି ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ ଯାଇ ଆହତମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏ ସଂପର୍କରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍‌ ଯୋଗେ କଥା ହୋଇଛନ୍ତି। ମନ୍ଦିର ଦଳାଚକଟା ଘଟଣାରେ ତଦନ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ କହିଛନ୍ତି, ଏହି ଘଟଣାରେ ୮୦ରୁ ଅଧିକ ଲୋକ ଆହତ ହୋଇ ଏବେ ଚିକିତ୍ସା ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe