ଗୋଆ, ଉତ୍ତରାଖଣ୍ଡର ସବୁ ଆସନରେ ଭୋଟ୍‌ ଆଜି

Advertisment

ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି

ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି

ବ୍ରଜରାଜନଗର ଉପନିର୍ବାଚନ ଲାଗି ମତଦାନ ଆରମ୍ଭ

Image Courtesy of NDTV

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟୟ ବିଧାନସଭା ନିର୍ବାଚନ ଆଜି ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୫୫ ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଆଜି ମଧ୍ୟ ଗୋଆ ଏବଂ ଉତ୍ତରାଖଣ୍ଡ ବିଧାନସଭାର ସମସ୍ତ ଆସନ ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ହେବ।

ୟୁପିରେ ମତଦାନ ହେବାକୁ ଥିବା ୫୫ ଆସନରୁ ୨୦୧୭ ବିଧାନସଭା ର୍ନିବାଚନରେ ବିଜେପି ୪୦ ଆସନରେ ବିଜୟୀ ହୋଇଥିଲା। ସମାଜବାଦୀ ପାର୍ଟିକୁ ୧୩ ଏବଂ ବିଏସ୍‌ପିକୁ ୨ଟି ଆସନ ମିଳିଥିଲା। ଉତ୍ତରାଖଣ୍ଡର ସମସ୍ତ ୭୦ ଆସନ ପାଇଁ ମୋଟ୍‌ ୬୩୨ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ମତଦାନ ପାଇଁ ୧୧୬୪୭ ଭୋଟ୍‌ ଗ୍ରହଣ କେନ୍ଦ୍ର ସ୍ଥାପନ ହୋଇଛି। ସେହିଭଳି ଗୋଆର ସମସ୍ତ ୪୦ ବିଧାନସଭା ଆସନ ପାଇଁ ମୋଟ ୩୦୧ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଗୋଆରେ ବିଜେପି, କଂଗ୍ରେସ, ଟିଏମ୍‌ସି, ଆମ୍‌ ଆଦ୍‌ମି ପାର୍ଟି ଏବଂ ଶିବସେନା ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe