ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରୁଥିବା ଗୋ ଏୟାର ବିମାନରେ ଲାଗିଗଲା ନିଆଁ; ସମସ୍ତ ଯାତ୍ରୀ ସୁରକ୍ଷିତ

ମୋଦୀଙ୍କ ବିରୋଧରେ ଲେଖି ଚାକିରିରୁ ତଡା ଖାଇଲେ ପାଇଲଟ

News Nation

ଅହମ୍ମଦାବାଦ/ ନୂଆଦିଲ୍ଲୀ: ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରୁଥିବା ଏକ ଯାତ୍ରୀବାହୀ ବିମାନ ଏକ ବଡ଼ ଧରଣ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଅଳ୍ପକରେ ବର୍ତ୍ତି ଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆଜି ଅପରାହ୍ଣରେ ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଗୋ ଏୟାରର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପାଇଁ ରନ୍‌େଓ୍ଵରେ ଯାଇ ଟେକ୍‌ଅଫ୍‌ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହାର ଗୋଟିଏ ପଟ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ତେବେ, ଏଘଟଣା ଜାଣିବା ମାତ୍ରେ ବିମାନର ପାଇଲଟ ଆଉ ବିମାନଟିର ଟେକ୍‌ଅଫ୍‌ ନକରାଇ ବିମାନଟିକୁ ଅହମ୍ମଦାବାଦ ବିମାନ ବନ୍ଦରର ରନ୍‌େଓ୍ଵ ଉପରେ ଅଟକାଇ ଦେଇଥିଲେ।

ପରେ ବିମାନ ବନ୍ଦରର କର୍ମଚାରୀମାନେ ବିମାନ ନିକଟରେ ପହଞ୍ଚି ନିଆଁକୁ ଲିଭାଇ ଥିଲେ। ତେବେ, ଏହି ଘଟଣାରେ ବିମାନର ସମସ୍ତ ଯାତ୍ରୀ ଓ ବିମାନ କ୍ରୁ ସଦସ୍ୟମାନେ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି। ବିମାନର ଡାହଣ ପଟ ଇଞ୍ଜିନ୍‌ରେ ଗୋଟିଏ ପକ୍ଷୀ ବାଡ଼େଇ ହୋଇଯିବା ପରେ ବିମାନ ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe