ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଗୋଆର ଏହି ସହରରେ ଘାସ-ପତ୍ର ନୁହେଁ ମାଛ-ମାଂସ ଖାଉଛନ୍ତି ଗାଈ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଗୋଆର ଏହି ସହରରେ ଘାସ-ପତ୍ର ନୁହେଁ ମାଛ-ମାଂସ ଖାଉଛନ୍ତି ଗାଈ

News that matters

ପାଣାଜୀ: ଗାଈ ମାଂସ ଖାଏ ବୋଲି କେବେ ଶୁଣିଛନ୍ତି? ଗୋଆର ଜଣେ ମନ୍ତ୍ରୀ ସୋମବାର ଗୋରୁମାନଙ୍କ ଖାଇବା ଅଭ୍ୟାସ୍‌ ବଦଳୁଛି ବୋଲି କହିବା ପରେ ବିଷୟଟି ଏବେ ଚର୍ଚ୍ଚା ପାଲଟିଛି। ୭୬ଟି ଗାଈଙ୍କର ଏକ ପଲଙ୍କୁ ଲକ୍ଷ୍ୟ କରିବା ପରେ ଜାଣିବାକୁ ମିଳିଛି ଯେ ମଣିଷଙ୍କ ପରି ଗାଈମାନେ ମଧ୍ୟ ଖଦ୍ୟର ଉପଲବ୍ଧତା ଅନୁସାରେ ସେମାନଙ୍କର ଖାଦ୍ୟଭ୍ୟାସ ବଦଳାଉଛନ୍ତି।

ଗୋଆର ପ୍ରସିଦ୍ଧ ପର୍ଯ୍ୟଟନୀ କ୍ଷେତ୍ର କେଲ୍‌ଗୁଟ୍‌ଠାରେ ଏହି ଗାଈମାନଙ୍କୁ ନେଇ ରଖାଯାଇଥିଲା। ଗୋଆରେ ଥିବା ବଡ଼ ବଡ଼ ରେଷ୍ଟୁରାଣ୍ଟ୍‌ ଓ ହୋଟେଲ୍‌ମାନଙ୍କରେ ବଳୁଥିବା ମାଛ, ମାଂସ, କଙ୍କଡ଼ା ଆଦି ଆମିଷ ଖାଦ୍ୟ ବାହାରେ ପଡ଼ିବା ପରେ ବାହାରର ବୁଲା ଗାଈମାନେ ଏହାକୁ ଖାଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ଏମାନଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ ମାଇକେଲ୍‌ ଲବୋ କହିଛନ୍ତି।

publive-image The Economic Times

ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଯେତେବେଳେ ସାଧାରଣ ଖାଦ୍ୟ ଦିଆଗଲା ସେମାନେ ତାହାକୁ ଖାଇଲେ ନାହିଁ। ଫଳରେ ଜାଣିବାକୁ ମିଳିଛି ଯେ ଗାଈମାନେ ସ୍ୱଭାବତଃ ଆମିଷ ପ୍ରିୟ।

ତେବେ ଗାଈମାନେ ଆମିଷ ପ୍ରିୟ ବୋଲି ପ୍ରଥମ ଥର ପାଇଁ ଜାଣିବାକୁ ମିଳିନାହିଁ। ପୂର୍ବରୁ ମଧ୍ୟ ୨୦୦୭ ମସିହାରେ ପଶ୍ଚିମବଙ୍ଗର ଏକ ଖବରକାଗଜରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ଗାଈମାନେ କୁକୁଡ଼ା ମାଂସ ଭକ୍ଷଣ କରୁଛନ୍ତି। ସେ ସମୟରେ ସେ ଖବରଟି ବେଶ୍‌ ଚର୍ଚ୍ଚା ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe