ଗୋଧ୍ରା ଦଙ୍ଗା: ଅଭିଯୁକ୍ତ ୟାକୁବ ପଟାଲିଆକୁ ଆଜୀବନ କାରାଦଣ୍ଡ

ଗୋଧ୍ରା ଦଙ୍ଗା: ଅଭିଯୁକ୍ତ ୟାକୁବ ପଟାଲିଆକୁ ଆଜୀବନ କାରାଦଣ୍ଡ

ଗାନ୍ଧିନଗର: ଦୀର୍ଘ ୧୭ ବର୍ଷ ତଳେ ଘଟିଥିବା ଗୋଧ୍ରା  ଦଙ୍ଗାର ଶୁଣାଣି କରି ଗୁଜୁରାଟର ଏକ ସ୍ୱତନ୍ତ୍ର ଅଦାଲତ ଦଙ୍ଗାର ଅନ୍ୟତମ ଅଭିଯୁକ୍ତ ୟାକୁବ ପଟାଲିଆକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ ମସିହାରେ ହୋଇଥିବା ଏହି ଦଙ୍ଗାର ଶୁଣାଣି କରି ବିଚାରପତି ଏଚ୍‌.ସି ଭୋରା ୟାକୁବକୁ ଆଜୀବନ କାରାଦଣ୍ଡ ଶୁଣାଇଥିବା ଜାଣିବାକୁ ମିଳିଛି।

ଏହି ଦଙ୍ଗାରେ ସଂପୃକ୍ତି ଥିବା ନେଇ ପଟାଲିଆକୁ ୨୦୧୮ ମସିହା ଜାନୁଆରିରେ ଗୋଧ୍ରା ପୁଲିସ୍‌ ଗିରଫ କରିଥିଲା। ଅହମ୍ମଦାବାଦ୍‌ର ସାବରମତି ସେଣ୍ଟ୍ରାଲ୍‌ ଜେଲ୍‌ରେ ସ୍ଥାପିତ ଏକ ବିଶେଷ ଅଦାଲତରେ ପଟାଲିଆର ମାମଲାର ଶୁଣାଣି ଚାଲୁଥିଲା।

publive-image YouTube

ଉଲ୍ଲେଖଯୋଗ୍ୟ, ୨୦୦୨ ମସିହା ଫେବ୍ରୁଆରି ୨୭ ତାରିଖରେ ସାବରମାତି ଏକ୍ସପ୍ରେସ ଗୋଧ୍ରା ଷ୍ଟେସନ୍‌ରେ ପହଞ୍ଚିବା ପରେ ଟ୍ରେନ୍‌ଟିରେ ନିଆଁ ଲଗାଇ ଦିଆଯାଇଥିଲା। ଟ୍ରେନ୍‌ର ୨ଟି କୋଚ୍‌ ପୂରାପୂରି ଜଳି ଯିବାରୁ ୫୭ ଲୋକଙ୍କ ଜୀବନ ଯାଇଥିଲା। ସେବେଠାରୁ ଏହି ଘଟଣାକୁ ଲୋକେ ଗୋଧ୍ରା ଦଙ୍ଗା ଭାବେ ଜାଣି ଆସିଛନ୍ତି। ପୂର୍ବରୁ ଏହି ଦଙ୍ଗାରେ ସଂପୃକ୍ତି ଥିବା ନେଇ ୨୦୧୮ ମସିହା ଅଗଷ୍ଟ ମାସରେ ୨ ଜଣ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe