ହାଇଦ୍ରାବାଦରେ ସୁନା ଏଟିଏମ୍‌

Advertisment
ହାଇଦ୍ରାବାଦରେ ସୁନା ଏଟିଏମ୍‌

Hindustan Times

ନୂଆଦିଲ୍ଲୀ: ଏଟିଏମରୁ ଟଙ୍କା ଉଠାଯାଇଥାଏ। କିନ୍ତୁ ହାଇଦ୍ରାବାଦରେ ଏକ ଏଟିଏମ ସ୍ଥାପନ ହୋଇଛି ‌ଯେଉଁଥିରୁ ସୁନା କଏନ କିଣାଯାଇ ପାରୁଛି। ବେଗମପେଟ୍‌ରେ ଗୋଲ୍‌ଡସିକ୍କା ଲିମିଟେଡ ନାମକ କମ୍ପାନି ପକ୍ଷରୁ ଗତ ୩ ତାରିଖରେ ଏହି ଏଟିଏମ୍‌ର ଉନ୍ମୋଚନ କରାଯାଇଛି। ଫଳରେ ଗ୍ରାହକମାନେ ଗହଣା ଦୋକାନକୁ ନଯାଇ ଏଟିଏମରୁ ସୁନା କଏନ କିଣିପାରିବେ। ଏଠାରେ ୨୪ ଘଣ୍ଟା ସୁନା କିଣିବା ସୁଯୋଗ ମିଳିବ। ହାଇଦ୍ରାବାଦର ଓପନକ୍ୟୁବ ଟେକ୍ନୋଲୋଜିଜ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏଥିପାଇଁ ସଫ୍ଟୱେର ଯୋଗାଇ ଦିଆଯାଇଛି। ‌

ଏହା ଦେଶର ପ୍ରଥମ ରିଅଲ ଟାଇମ ‌ସୁନା ଏଟିଏମ ବୋଲି ଦାବି କରାଯାଇଛି। ଅର୍ଥାତ୍ ବଜାରରେ ସୁନା ‌ମୂଲ୍ୟରେ ହେଉଥିବା ଉତ୍‌ଥାନ ପତନ ଅନୁସାରେ ଏଠାରେ ମଧ୍ୟ ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ। ସେହି ପରିବର୍ତ୍ତିତ ଦରରେ ସୁନା କଏନ କିଣାଯାଇ ପାରିବ। କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜରିଆରେ ଗ୍ରାହକ ସୁନା କଏନ କିଣିପାରିବେ। ୦.୫ ଗ୍ରାମ, ୧ ଗ୍ରାମ, ୨ ଗ୍ରାମ, ୫ ଗ୍ରାମ, ୧୦ ଗ୍ରାମ, ୨୦ ଗ୍ରାମ, ୫୦ ଗ୍ରାମରୁ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ଏଟିଏମରୁ ବାହାରିବ। ଏଟିଏମରେ ୫ କେଜି ପର୍ଯ୍ୟନ୍ତ ସୁନା ରହିବା କ୍ଷମତା ରହିଛି, ଯାହାର ମୂଲ୍ୟ ପ୍ରାୟ ୨ରୁ ୩ କୋଟି ଟଙ୍କା ହେବ। ଆଗାମୀ ଦିନରେ କମ୍ପାନି ଦେଶରେ ପାଖାପାଖି ୩ ହଜାର ଏଟିଏମ ସ୍ଥାପନ କରିବା ସହିତ ବିଦେଶରେ ମଧ୍ୟ ଖୋଲିବା ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe