ବୋର୍‌ ପାଇପ୍‌ଲାଇନ୍‌ ଖୋଳିଲା ବେଳେ ବାହାରିଲା ୧୭ଟି ସ୍ବର୍ଣ୍ଣମୁଦ୍ରା

Advertisment
ବୋର୍‌ ପାଇପ୍‌ଲାଇନ୍‌ ଖୋଳିଲା ବେଳେ ବାହାରିଲା ୧୭ଟି ସ୍ବର୍ଣ୍ଣମୁଦ୍ରା

Image Courtesy of ETV Bharat

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲା ଅନ୍ତର୍ଗତ କୋୟାଲାଗୁଡ଼େମ୍‌ ମଣ୍ଡଳ ଅଞ୍ଚଳର ଏଡୁୱାଡ଼ାଲା ପାଲେମ୍‌ ଗାଁ ନିକଟ କ୍ଷେତରେ ବୋର୍‌ ପାଇପ୍‌ଲାଇନ୍‌ ଖୋଳିବା ବେଳେ ୧୭ଟି ସ୍ବର୍ଣ୍ଣମୁଦ୍ରା ଥିବା ଗୋଟାଏ ମାଟି କଳସ ମିଳିଛି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ସେ କ୍ଷେତର ମାଲିକ ହେଉଛନ୍ତି ଏଡୁୱାଡ଼ାଲା ପାଲେମ୍‌ ଗାଁ’ର ମନୁକୋଣ୍ଡା ସତ୍ୟନାରାୟଣଙ୍କର। ବୋର୍‌ ପାଇପ୍‌ଲାଇନ୍‌ ବସାଇବା ଲାଗି ନଭେମ୍ବର ୨୯ ତାରିଖରେ ସେ ବିଲରେ ଖୋଳୁଥିବା ବେଳେ ମାଟି କଳସଟି ବାହାରିଥିଲା। ତାକୁ ଭାଙ୍ଗିଦେଲାରୁ ସେଥିରୁ ୧୭ଟି ସ୍ବର୍ଣ୍ଣମୁଦ୍ରା ବାହାରିଛି।

publive-image Image Courtesy of India Today

ତୁରନ୍ତ ମନୁକୋଣ୍ଡା ସତ୍ୟନାରାୟଣ ତହସିଲ୍‌ଦାରଙ୍କୁ ଏ କଥା ଜଣାଇବା ପରେ ସେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ତଦନ୍ତ ବେଳେ ସରକାରୀ ଅଧିକାରୀମାନେ ସେ କ୍ଷେତରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ନିକଟରୁ ଆଉ ଗୋଟାଏ ସ୍ବର୍ଣ୍ଣମୁଦ୍ରା ଜବତ କରିଥିଲେ।

ପ୍ରାୟ ୨ ଶତାବ୍ଦୀ ପୂର୍ବର ଏହି ସ୍ବର୍ଣ୍ଣମୁଦ୍ରାଗୁଡ଼ିକ ବ୍ରିଟିସ୍‌ ଅମଳର ମାଡ୍ରାସ୍‌ ପ୍ରେସିଡେନ୍‌ସିର ହୋଇଥାଇ ପାରେ ବୋଲି ମନେହେଉଛି। ଉକ୍ତ ସ୍ବର୍ଣ୍ଣମୁଦ୍ରାର ମଝିରେ ଭଗବାନ ଭେଙ୍କଟେଶ୍ବରଙ୍କ ସମେତ ୩ଜଣଙ୍କ ମୂର୍ତ୍ତି ଖୋଦେଇ ହୋଇଛି।

କୋୟାଲାଗୁଡ଼େମ୍‌ ତହସିଲ୍‌ଦାର ପି. ନାଗମଣି କହିଛନ୍ତି, ୬୧ ଗ୍ରାମ୍‌ ଓଜନର ସମୁଦାୟ ୧୮ଟି ସ୍ବର୍ଣ୍ଣମୁଦ୍ରା ଉଦ୍ଧାର କରାଯାଇଛି। ପ୍ରତି ସ୍ବର୍ଣ୍ଣମୁଦ୍ରାର ଓଜନ ପ୍ରାୟ ୮ ଗ୍ରାମ୍‌। ଉକ୍ତ ସ୍ବର୍ଣ୍ଣମୁଦ୍ରାଗୁଡ଼ିକୁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯିବ ଓ ସେ ସେସବୁକୁ ଟ୍ରେଜେରିରେ ଜମା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe