ଆକାଶରୁ ବର୍ଷିଲା ସୁନା !

Advertisment
ଆକାଶରୁ ବର୍ଷିଲା ସୁନା !

ମସ୍କୋ : ଋଷିଆର ଏକ ଏୟାରପୋର୍ଟ ରନ୍‌ଓ୍ଵରେ ହଠାତ୍‌ ଆକାଶରୁ ହେଲା ସୁନାବର୍ଷା। ରନ୍‌ଓ୍ଵରେ ଅଜାଡ଼ି ହୋଇପଡ଼ିଲା ହୀରାପରି ମୂଲ୍ୟବାନ ଧାତୁ। ପ୍ରାୟ ୩ ହଜାର କିଲୋର ସୁନା, ହୀରା ଓ ବହୁ ମୂଲ୍ୟବାନ ଧାତୁ ଆକାଶରୁ ବର୍ଷିଥିଲା ଏହି ଋଷୀୟ ବିମାନ ବନ୍ଦରରେ। ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଋଷର ୟାକୁସ୍କ ବିମାନବନ୍ଦରରେ ହଠାତ୍‌ କେହି କିଛି ବୁଝିବାପୂର୍ବରୁ ରନୱେରେ ଅଜାଡ଼ି ହୋଇଗଲା ସୁନା, ହୀରା ଓ ଅନ୍ୟ ମୂଲ୍ୟବାନ ଧାତୁ। ଗୋଟିଏ କି ଦୁଇ କିଲୋଗ୍ରାମ ନୁହଁ ପାଖାପାଖି ୩ ହଜାର କିଲୋଗ୍ରାମର ସୁନା ଆକାଶରୁ ବର୍ଷିଥିଲା। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଘଟଣା ପଛର କାରଣକୁ ନେଇ ବି ଅନ୍ତର୍ଜାତୀୟ ଗଣମାଧ୍ୟମରେ ବ୍ୟାପକ ଆଲୋଚନା ହୋଇଛି। ଖସି ପଡ଼ିଥିବା ମୂଲ୍ୟବାନ ଧାତୁ ମଧ୍ୟରେ ସୁନା, ହୀରା ଓ ପ୍ଲାଟିନମ୍‌ ରହିଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ନିମ୍ବସ୍‌ ଏୟାରଲାଇନ୍‌ସର କାର୍ଗୋ ବିମାନ ୟାକୁସ୍କ ଯାଉଥିବା ବେଳେ ଏହାର ଏକ କବାଟ ଖୋଲିଯାଇଥିଲା। ଏହାର ଫଳସ୍ୱରୂପ ଭିତର ପାଶ୍ୱରେ ଥିବା ମୂଲ୍ୟବାନ କୋଷାଗାର ବାହାରକୁ ଅଜାଡ଼ି ହୋଇପଡ଼ିଥିଲା। ପାଖାପାଖି ୩ ହଜାର କିଲୋଗ୍ରାମର ସୁନା, ହୀରା ଓ ପ୍ଲାଟିନମ୍‌ ରନୱେରେ ବିଛୁଡ଼ି ହୋଇପଡ଼ିଥିଲା। ଘଟଣାରେ କେହି ହତାହତ ହୋଇନଥିଲେ ମଧ୍ୟ ମୂଲ୍ୟବାନ କୋଷାକାର ସମ୍ପୂର୍ଣ୍ଣରୂପେ ଖାଲି ହୋଇଯାଇଥିଲା। ଖସିପଡ଼ିଥିବା ମୂଲ୍ୟବାନ ଧାତୁର ଦାମ୍‌ ପାଖାପାଖି ୨୬୫ ମିଲିୟନ୍‌ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣା ଯୋଗୁ ଜରୁରୀକାଳୀନ ଅବତରଣ ହୋଇଥିଲେ ବି ଆକାଶରୁ ସୁନାବର୍ଷା ନେଇ ଆଲୋଚନା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe