ବର୍ଷକରେ ୧୬% ଲାଭ ଦେଇଛି ସୁନା

ବର୍ଷକରେ ୧୬% ଲାଭ ଦେଇଛି ସୁନା

Paisabazaar.com

ନୂଆଦିଲ୍ଲୀ :ସୁନା ଦାମ୍ ପ୍ରତିବର୍ଷ ପ୍ରାୟତଃ ବଢ଼ୁଛି। ତେଣୁ ଲୋକମାନେ ସୁନାକୁ ନିବେଶର ଏକ ବିକଳ୍ପ ଭାବେ ଚୟନ କରିଥାନ୍ତି। ବିଶେଷକରି ଅର୍ଥନୀତିର ସ୍ଥିତି ଖରାପ ଥିବା ସମୟରେ ଲୋକମାନେ ସେୟାର ବଜାର ଅପେକ୍ଷା ସୁନାରେ ନିବେଶ କରିବାକୁ ପସନ୍ଦ କରିଥାନ୍ତି। ଏବେ ଦେଶରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବାରୁ ଉକ୍ତ ଧାତୁର ଦର ବଢ଼ିବାରେ ଲାଗିଛି। ପ୍ରତି ୧୦ ଗ୍ରାମ ସୁନା ଦାମ ପାଖାପାଖି ୪୫ ହଜାର ଟଙ୍କା ରହିଛି। ଗତବର୍ଷ ମାର୍ଚ୍ଚ ମାସରେ ସୁନା ଦର ପାଖାପାଇ ୩୮ ହଜାର ୮୦୦ ଟଙ୍କା ରହିଥିଲା। ତେଣୁ ବର୍ଷକ ମଧ୍ୟରେ ସୁନାରେ ନିବେଶ କରିଥିବା ବ୍ୟକ୍ତିମାନେ ପ୍ରାୟ ୧୬ ପ୍ରତିଶତ ଲାଭ ବା ରିଟର୍ନ ପାଇଛନ୍ତି। ୫ ବର୍ଷର ସ୍ଥିତିକୁ ଦେଖିଲେ ସୁନାରେ ୬୧ ପ୍ରତିଶତ ରିଟର୍ନ ମିଳିଛି। ତେବେ ୧୯୬୫ ମସିହା ବେଳେ ସୁନା ଦାମ ୬୩ ଟଙ୍କା ଥିବାବେଳେ ଏବେ ୪୫ ହଜାର ଟଙ୍କାରେ ପହଞ୍ଚିଛି। ତେଣୁ ଏହି ସମୟ ମଧ୍ୟରେ ସୁନା ଦର ୭୧୦ ଗୁଣରୁ ଅଧିକ ବଢ଼ିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe