ଭାରତ ତୁଳନାରେ ଏହି ଦେଶରେ ସୁନା ଶସ୍ତା, ସହଜରେ ନିଜ ସହ ଆଣିହେବ!

ବିଦେଶରୁ ସୁନା କିଣି ଭାରତକୁ ଆଣିବାକୁ ଚାହୁଁଥିବା ଲୋକେ ସରକାରଙ୍କ କିଛି ନିୟମ ପାଳନ କରିବା ଆବଶ୍ୟକ। ଯଦି କୌଣସି ବ୍ୟକ୍ତି ବିଦେଶରୁ ସୁନା ଆଣିବାକୁ ଚାହାନ୍ତି, ତେବେ ସେ ଆମଦାନୀ ଟିକସ ବିନା ଏକ ନିର୍ଦ୍ଦିଷ୍ଟ ପରିମାଣର ସୁନାସାଙ୍ଗରେ ଆଣିପାରିବେ...

Gold is cheaper in this country compared to India, and can be easily brought with you!

Gold is cheaper in this country compared to India, and can be easily brought with you! Photograph: (sambad.in)

ନୂଆଦିଲ୍ଲୀ: ସୁନା ସବୁଦିନ ପାଇଁ... ଏହି ଟ୍ୟାଗ୍ ଲାଇନ କେବଳ ଏକ ବିଜ୍ଞାପନର ନୁହେଁ, ବରଂ ଏହା ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଚିନ୍ତାଧାରା। ଏହି କାରଣରୁ ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶ ପାଲଟିଛି। ଭାରତରେ ସୁନା ପ୍ରତି ଏକ ଲୋଭ ଅଛି। ଫଳରେ ଅପରାଧୀ ସଂଗଠନଗୁଡ଼ିକ ସୁନାକୁ ବିଦେଶରୁ ଭାରତକୁ ଚୋରା ଚାଲାଣ କରିଥାନ୍ତି। ଧରାପଡ଼ିଲେ ସେମାନଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡ଼ିଥାଏ।

ତେବେ ଏଭଳି ;ଦେଶ ଅଛି ଯେଉଁଠି ସୁନା ଭାରତ ତୁଳନାରେ ଶସ୍ତାରେ ଉପଲବ୍ଧ। ଏହାକୁ ଆଇନଗତ ଭାବରେ ନିଜ ସହିତ ଦେଶକୁ ଆଣିହେବ। 

ଦୁବାଇକୁ "ସୁନା ସହର" କୁହାଯାଏ କାରଣ ଏଠାରେ ସୁନା ଉପରେ କୌଣସି ଭାଟ୍ କିମ୍ବା ଆମଦାନୀ ଶୁଳ୍କ ନାହିଁ। ତେଣୁ, ଦୁବାଇ ସୁନା ବଜାରରେ ସୁନା ମୂଲ୍ୟ ଭାରତ ତୁଳନାରେ କମ୍। ଏହା ପରେ ସିଙ୍ଗାପୁରର ନାମ ଆସେ। ଏହା ଏକ ପ୍ରମୁଖ ସୁନା ବାଣିଜ୍ୟ କେନ୍ଦ୍ର। ଯେଉଁଠାରେ କମ୍ ଟିକସ ଏବଂ ଉଚ୍ଚମାନର ସୁନା ଉପଲବ୍ଧ।

ଭାରତରୁ ଅନେକ ଲୋକ ବ୍ୟାଙ୍କକ ବୁଲିବାକୁ ଯାଆନ୍ତି। ବ୍ୟାଙ୍କକର ସୁନା ବଜାର ଭଲ ସୁନା ମୂଲ୍ୟ ପାଇଁ ପ୍ରସିଦ୍ଧ। ଏଠାରେ ସୁନାର ମୂଲ୍ୟ ଭାରତ ତୁଳନାରେ କମ୍ ଏବଂ ଏହାର ଶୁଦ୍ଧତା ମଧ୍ୟ ଭଲ। ସେହିଭଳି ସ୍ୱିଜରଲ୍ୟାଣ୍ଡ ସୁନା ବିଶୋଧନ ଏବଂ ସଂରକ୍ଷଣ ପାଇଁ ଜଣାଶୁଣା। ଏଠାରେ ସୁନାର ଶୁଦ୍ଧତା ଭଲ ଏବଂ ମୂଲ୍ୟ ମଧ୍ୟ ତୁଳନାତ୍ମକ ଭାବରେ କମ୍। ଏହା ବ୍ୟତୀତ, ହଂକଂରେ ଟିକସ ଛାଡ଼ ଯୋଗୁ, ସୁନାର ମୂଲ୍ୟ ବହୁତ କମ୍ ରହିଛି।

ଅଧିକ ପଢ଼ନ୍ତୁ: ୟେମେନର ମାୟୁନ୍ ଦ୍ୱୀପରେ ନିର୍ମିତ ଏୟାରଷ୍ଟ୍ରିପ୍ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ: ୟୁଏଇ ଲିଙ୍କ୍ ଜଣାପଡ଼ିଲା


ବିଦେଶରୁ ସୁନା କିଣି ଭାରତକୁ ଆଣିବାକୁ ଚାହୁଁଥିବା ଲୋକେ ଏଥିପାଇଁ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବରା କିଛି ନିୟମ ପାଳନ କରିବା ଆବଶ୍ୟକ। ଯଦି କୌଣସି ବ୍ୟକ୍ତି ବିଦେଶରୁ ସୁନା ଆଣିବାକୁ ଚାହାନ୍ତି, ତେବେ ସେ ଆମଦାନୀ ଟିକସ ବିନା ୨୦ ଗ୍ରାମ ସୁନା ଅର୍ଥାତ୍ ଦୁଇଭରି ସୁନା  ସାଙ୍ଗରେ ଆଣିପାରିବେ।

ସେହିଭଳି ମହିଳା ଯାତ୍ରୀମାନେ ବିନା ଟିକସରେ ୪୦ ଗ୍ରାମ ସୁନା ଅର୍ଥାତ୍ ୪ ଭରି ସୁନା ସାଙ୍ଗରେ ଆଣିପାରିବେ। ଭାରତକୁ କେବଳ ଅଳଙ୍କାର ଆକାରରେ ସୁନା ଅଣାଯାଇପାରିବ, ବାର୍ ଏବଂ ମୁଦ୍ରା ନିଷିଦ୍ଧ। ଏହା ସହିତ, ସୁନା କିଣିବାର ବିଲ୍ ମଧ୍ୟ ଥିବା ଆବଶ୍ୟକ ହୋଇଥାଏ।

ଅଧିକ ପଢ଼ନ୍ତୁ: ରାଉରକେଲାରେ ବ୍ରାଉନସୁଗାର ଜବତ, ବେପାରୀ ଗିରଫ

 India | Dubai 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe