ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା ମୁଦି

ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା ମୁଦି

photo-zeenews

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ଚୋରର ପେଟରୁ ୩୫ ଗ୍ରାମ ସୁନା ଉଦ୍ଧାର କରାଯାଇଛି। ଚୋରଟି  ଖସିଯିବା ପାଇଁ ଆଇସକ୍ରିମ ସହିତ ସୁନା ଅଳଙ୍କାର ଗିଳି ଦେଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଥିବା ଡାକ୍ତରଖାନାରେ ତାଙ୍କର ଏକ୍ସ-ରେ କରାଯାଇଥିଲା। ଆଉ ପେଟରେ ସୁନା ମୁଦି ଥିବାର ଜଣାପଡିଥିଲା | ଆଉ ରବିବାର ଦିନ ଡାକ୍ତରମାନେ ଅପରେସନ୍ କରି ତାଙ୍କ ପେଟରୁ ମୁଦି ଏବଂ କାନଫୁଲ ବାହାର କରାଯାଇଥିଲା।

ଚୋରର ପେଟରୁ ବାହାରିଥିବା ଅଳଙ୍କାରର ଓଜନ ହେଉଛି ୩୫ ଗ୍ରାମ | ଉଦ୍ଧାର ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା। ସୂଚନା ଥାଉ କି ଯେ ଅଳଙ୍କାର ଗିଳିଥିବା ବ୍ୟକ୍ତିଙ୍କ ନାମ ହେଉଛି ଶିବୁ। ପଚରାଉଚରା ବେଳେ ଶିବୁ କହିଛି ଯେ ପୁଲିସଠାରୁ ସୁନା ଲୁଚାଇବା ପାଇଁ ସେ ଆଇସକ୍ରିମ ସହିତ ଅଳଙ୍କାର ଗିଳିଦେଇଥିଲେ। ଆଉ ହାଜତରେ ଥିବାବେଳେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା |

ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ପରେ ଏକ୍ସରେ କରାଯିବାରୁ ଅନ୍ତନଳୀରେ କିଛି ଥିବାର ଡାକ୍ତର ଜାଣିବାକୁ ପାଇଥିଲେ | ଏହା ପରେ ଅପରେସନ କରାଯିବାରୁ ସୁନା ମୁଦି ସହ କାନଫୁଲ ମିଳିଥିଲା | ଏବେ ଅପରେସନ ପରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe