ଜୟପୁର, : ରାଜସ୍ଥାନର ମରୁଭୂମିରେ ଏକ ବିରାଟ ସୁନାଖଣିର ସନ୍ଧାନ ମିଳିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭୂବୈଜ୍ଞାନିକ ସର୍ବେକ୍ଷଣର ରିପୋର୍ଟ ମୁତାବକ, ରାଜସ୍ଥାନର ବଂସଓ୍ଵାଡ଼ା ଓ ଉଦୟପୁର ଜିଲ୍ଲାରେ ସାଢ଼େ ଏଗାର କୋଟି ଟନ୍ ସୁନା ଗଚ୍ଛିତ ଥିବା ଖଣି ରହିଛି। ଏଥି ସହିତ ରାଜ୍ୟରେ ଆହୁରି ଅଧିକ ସୁନା ଖଣି ମଳିବାର ସମ୍ଭାବନା ରହିଛ ବୋଲି ଗଣମାଧ୍ୟମ ସମ୍ମିନଳୀରେ ଭୂବୈଜ୍ଞାନିକ ସର୍ବେକ୍ଷଣ ମହାନିର୍ଦ୍ଦେଶକ ଏନ୍ କୁଟୁମ୍ବା ରାଓ କହିଛନ୍ତି। ସେହିପରି ରାଜପୁରା ଦରିବା ଖଣି ଅଞ୍ଚଳରେ ୩୫.୬୫ କୋଟି ଟନ୍ ଓଜନର ସୀସା ଭଣ୍ଡାର ମଧ୍ୟ ରହିଥିବା ସେ କହିଛନ୍ତି। ତେବେ ଆବଶ୍ୟକ ମାତ୍ରାରେ ଖଣିର ସନ୍ଧାନ ମିଳିବା ପରେ ଯାଇ ସରକାର ଖନନ ପ୍ରକ୍ରିୟା ଆରମ୍ଭ କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ରାଜସ୍ଥାନ ମରୁଭୂମିରେ ସୁନା ଖଣି
Advertisment
Follow Us