ଶସ୍ତା ହେଲା ସୁନା ଓ ରୂପା: ୧୦ ଗ୍ରାମ ପ୍ରତି ସୁନା ୭୧୭ ଟଙ୍କା; କିଲୋଗ୍ରାମ ପ୍ରତି ରୂପା ୧,୨୭୪ ଟଙ୍କା କମିଲା

ଶସ୍ତା ହେଲା ସୁନା ଓ ରୂପା: ୧୦ ଗ୍ରାମ ପ୍ରତି ସୁନା ୭୧୭ ଟଙ୍କା; କିଲୋଗ୍ରାମ ପ୍ରତି ରୂପା ୧,୨୭୪ ଟଙ୍କା କମିଲା

ନୂଆଦିଲ୍ଲୀ: ଜାତୀୟ ମୂଲ୍ୟବାନ ଧାତୁ ରୂପେ ପରିଚିତ ସୁନାର ମୂଲ୍ୟରେ ହ୍ରାସ ଘଟିଛି। ଆଜି (ବୁଧବାର) ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ୧୦ ଗ୍ରାମ ପିଛା ମୂଲ୍ୟରେ ୭୧୭ ଟଙ୍କାର ହ୍ରାସ ଘଟିଛି। ଏବେ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୪୬,୧୦୨ ଟଙ୍କା ରହିଛି। ଗତକାଲି ବ୍ୟବସାୟ ବନ୍ଦ ହେବା ବେଳକୁ ସୁନାର ୧୦ ଗ୍ରାମ ପ୍ରତି ଦର ୪୬,୮୧୯ ଟଙ୍କା ରହିଥିଲା।

କେବଳ ମାତ୍ର ସୁନା ନୁହେଁ; ଆଜି (ବୁଧବାର) ରୂପାର ମୂଲ୍ୟରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। କିଲୋଗ୍ରାମ ପିଛା ରୂପାର ମୂଲ୍ୟରେ ୧,୨୭୪ ଟଙ୍କା ହ୍ରାସ ଘଟିବା ସହ କିଲୋଗ୍ରାମ ପ୍ରତି ରୂପାର ଦର ଏବେ ୬୮,୨୩୯ ଟଙ୍କା ହୋଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ବ୍ୟବସାୟ ବନ୍ଦ ହେବା ବେଳକୁ ରୂପାର କିଲୋଗ୍ରାମ ପିଛା ଦର ରହିଥିଲା ୬୯,୫୧୩ ଟଙ୍କା।

publive-image

ଏଚ୍‌ଡିଏଫ୍‌ସି ସିକ୍ୟୁରିଟିର ସିନିୟର ଆନାଲିଷ୍ଟ (କମୋଡିଟିସ୍‌) ତପନ ପଟେଲଙ୍କ ଅନୁଯାୟୀ, ଦିଲ୍ଲୀରେ ୨୪ କାରେଟ ପାଇଁ ସ୍ପଟ୍‌ ସୁନା ମୂଲ୍ୟରେ ୭୧୭ ଟଙ୍କା ହ୍ରାସ ଘଟିଛି। ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଏବେ ଆଉନ୍ସ ପ୍ରତି ୧,୭୮୬ ଡଲାର ରହିଥିବା ବେଳେ ରୂପା ଆଉନ୍ସ ପିଛା ୨୭.୧୦ ଡଲାରରେ ଫ୍ଲାଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe