୧୧ ମାସର ନିମ୍ନ ସ୍ତରରେ ସୁନା ଦାମ୍

Advertisment
୧୧ ମାସର ନିମ୍ନ ସ୍ତରରେ ସୁନା ଦାମ୍

Business Today

ନୂଆଦିଲ୍ଲୀ: ସୁନା ଦାମ୍ ହ୍ରାସ ପାଇ ୧୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧,୭୧୦ ଡଲାର ଓ ରୁପା ଦାମ୍ ୧୮.୭୬ ଡଲାରକୁ ହ୍ରାସ ପାଇଛି। ଭାରତରେ ମଧ୍ୟ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦,୨୮୧ ଟଙ୍କାକୁ ହ୍ରାସ ପାଇଥିବା ବେଳେ ରୁପାର କିଲୋ ପିଛା ଦାମ୍ ୫୫,୧୯୪ ଟଙ୍କା ହୋଇଛି। କିଛି ଦିନ ପୂର୍ବେ ସୁନାର ଆମଦାନି ଶୁଳ୍କ ବୃଦ୍ଧି କରାଯିବା ପରେ ତାହାର ଦାମ୍ ୫୨,୩୦୦ ଟଙ୍କା ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଥିଲା।

ସାଧାରଣତଃ ବିଶ୍ବରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ବଢ଼ାଇଲେ ସୁନା ଦାମ୍ ହ୍ରାସ ପାଇଥାଏ। ବର୍ତ୍ତମାନ ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ବଢ଼ାଉଛନ୍ତି। ଏହାର ପ୍ରଭାବରେ ଡଲାର ବେଶ ଶକ୍ତିଶାଳୀ ହୋଇପଡ଼ିଛି। ଚଢ଼ା ଦାମ୍‌ ଓ ଅଧିକ ଟିକସ ଯୋଗୁଁ ସୁନା ଆମଦାନି ପ୍ରତି ଆଗ୍ରହ କମିଛି। ବର୍ତ୍ତମାନ ସମଗ୍ର ବିଶ୍ବରେ ନିବେଶ ପାଇଁ ଶ୍ରେଷ୍ଠ ସମ୍ପତ୍ତି ଭାବେ ଉଭା ହୋଇଛି ଡଲାର। କାରଣ ତାହା ସବୁଠୁ ଅଧିକ ରିଟର୍ଣ୍ଣ ପ୍ରଦାନ କରୁଛି। ସଙ୍କଟ ସମୟ ଆସିଲେ ସୁନାରେ ନିବେଶ ବଢ଼ିଥାଏ। କିନ୍ତୁ ଏଥର ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe