କରୋନା ପ୍ରଭାବରେ ଦେଶର ସୁନା ବଜାର ହେଲା ପ୍ରଭାବିତ; ୧୦ ଗ୍ରାମ୍‌ ପ୍ରତି ମୂଲ୍ୟରେ ହ୍ରାସ ଘଟିଲା ୨%

Advertisment
ଓଡ଼ିଶାରେ କେତୋଟି ସୁନା ଦୋକାନ ଅଛି, ଜାଣନ୍ତି କି?

LiveMint

ମୁମ୍ବାଇ/ ନୂଆଦିଲ୍ଲୀ: କରୋନାର ପ୍ରଭାବ ଦେଶର ସୁନା ବଜାରକୁ ମଧ୍ୟ ପ୍ରଭାବିତ କରିଛି। ସଂପ୍ରତି କରୋନା ଦେଶର ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିଥିବା ବେଳେ ଏହାର ପ୍ରଭାବ ଦେଶର ସୁନା ବଜାର ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟରେ ଗତକାଲି ତୁଳନାରେ ଆଜି ୨ ପ୍ରତିଶତର ହ୍ରାସ ଘଟିଛି।

ଗତକାଲି (ମଙ୍ଗଳବାର) ଦେଶରେ ୧୦ ଗ୍ରାମ ପ୍ରତି ସୁନା ଦର ୪୦, ୭୫୦ ଟଙ୍କା ରହିଥିବା ବେଳେ ଆଜି (ବୁଧବାର) ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ରହିଛି ୩୯,୩୫୪ ଟଙ୍କା। ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟରେ ୮୯୦ ଟଙ୍କା ଅର୍ଥାତ୍‌ ୨.୨୧ ପ୍ରତିଶତ ହ୍ରାସ ଘଟିଥିବା ଦେଶର ସ୍ୱର୍ଣ୍ଣ ବ୍ୟବସାୟୀ ମହାସଂଘ (ଆଇବିଜେଏ) ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତିକ ବଜାର ସମେତ ଏବେ ଷ୍ଟକ ବଜାରର ସୂଚକାଙ୍କରେ ହ୍ରାସ ଘଟୁଥିବାରୁ ଏପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଥିବା କହିଛି ଆଇବିଜେଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe