କମିଲା ସୁନା ଓ ରୁପା ଦର; ଗହଣା ବଜାର ପ୍ରଭାବିତ

କମିଲା ସୁନା ଓ ରୁପା ଦର; ଗହଣା ବଜାର ପ୍ରଭାବିତ

ମୁମ୍ବାଇ/ ନୂଆଦିଲ୍ଲୀ: ଦେଶର ଗହଣା ବଜାରରେ ଆଜି (ସୋମବାର) ସୁନା ଓ ରୁପାର ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ଦଶ ଗ୍ରାମ ପ୍ରତି ସୁନାର ଦରରେ ୨୮୦ ଟଙ୍କା ହ୍ରାସ ଘଟିଥିବା ବେଳେ, ଏକ କିଲୋଗ୍ରାମ ପ୍ରତି ରୁପାର ଦରରେ ୩୪୫ଟଙ୍କାର ହ୍ରାସ ଘଟିଥିବା ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

publive-image

୧୦ ଗ୍ରାମ ପ୍ରତି ସୁନାର ଦରରେ ୨୮୦ ଟଙ୍କା ହ୍ରାସ ଘଟିିବା ପରେ ଆଜି ମୁମ୍ବାଇ ଓ ଦିଲ୍ଲୀର ଗହଣା ବଜାରରେ ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୩୨,୬୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୩୨, ୮୩୦ ଟଙ୍କା ରହିଛି। ସେହିପରି ଏକ କିଲୋଗ୍ରାମ ପ୍ରତି ରୁପାର ଦରରେ ୩୪୫ଟଙ୍କାର ହ୍ରାସ ଘଟବା ପରେ ଆଜି ରୁପାର ଦର କିଲୋଗ୍ରାମ ୩୮,୭୨୫ ଟଙ୍କା ରହିଛି। ଅନ୍ତର୍ଜତୀୟ ବଜାରରେ ସୁନା ଓ ଦରରେ ହ୍ରାସ ଘଟିଥିବା ବେଳେ ଏହାର ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe