ହସ୍ପିଟାଲ ବାହାରେ ଡାକ୍ତର ଲଗାଇଛନ୍ତି ଗୁପଚୁପ ‌ଠେଲା

Advertisment
ହସ୍ପିଟାଲ ବାହାରେ ଡାକ୍ତର ଲଗାଇଛନ୍ତି ଗୁପଚୁପ ‌ଠେଲା

ନୂଆଦିଲ୍ଲୀ: ରାଜସ୍ଥାନରେ ସରକାରଙ୍କ ‘ରାଇଟ୍ ଟୁ ହେଲ୍ଥ‘ ବିଲକୁ ବିରୋଧ କରି ଘରୋଇ ଓ ସରକାରୀ ଡାକ୍ତର ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଖିଳ ରାଜସ୍ଥାନ ସେବାରତ ଚିକିତ୍ସକ ସଂଘ ମାର୍ଚ୍ଚ ୨୯ ତାରିଖ ଦିନ ସାମୁହିକ ଛୁଟି ଘୋଷଣା କରିଛନ୍ତି । ଏଥିରେ ପୁରା ରାଜ୍ୟର ୧୪ ହଜାରରୁ ଅଧିକ ଡାକ୍ତର ସାମିଲ ହୋଇଛନ୍ତି ।

ଏହି କ୍ରମରେ ସିକର ଜିଲ୍ଲାରେ ଡାକ୍ତରମାନେ ଧାରଣାରେ ବସିଛନ୍ତି। ଧାର‌ଣାରେ ବସିଥିବା ଦୁଇଜଣ ଡାକ୍ତର ଅନିଶ୍ଚିତକାଳ ପାଇଁ ଅନଶନ କରିଛନ୍ତି। ଡାକ୍ତରଙ୍କ ଏଭଳି ଧାରଣା ପାଇଁ ଅନେକ ଦିନ ହେବ ଘରୋଇ ହସ୍ପିଟାଲଗୁଡ଼ିକ ବନ୍ଦ ପଡ଼ିଛି। ଫଳରେ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ବ୍ୟାହତ ହୋଇଛି । ରୋଗୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିଛିଲୋକଙ୍କ ଚିକିତ୍ସା ଅଭାବରୁ ରୋଗ ବଢ଼ି ଯାଇଥିବା ବେଳେ ସେମାନେ ଗୁରୁତର ହୋଇ ପଡ଼ିଥିବା ବି ଖବର ମିଳିଛି।

ଏହି କ୍ରମରେ ଦେଖିବାକୁ ଗଲେ ସିକରର ଖିଚଡ଼ ହସ୍ପିଟାଲର ଡାକ୍ତର ଅନିତା ଚୌଧୁରୀ ଭିନ୍ନ ଏକ ଶୈଳୀରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେ ତାଙ୍କ ହସ୍ପିଟାଲ ବାହାରେ ଗୁପଚୁପ ‌ଠେଲା ଲଗାଇଛନ୍ତି।

କ’ଣ ଏହି ‘ରାଇଟ୍ ଟୁ ହେଲଥ୍’ ବିଲ୍’?
ରାଜସ୍ଥାନରେ ସରକାର  ‘ରାଇଟ୍ ଟୁ ହେଲଥ୍’ ବିଲ୍ ଆଣିବାକୁ ଯାଉଛନ୍ତି । ଏହି ସ୍ୱତନ୍ତ୍ର ବିଲ ଅନୁସାରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ଅଧିକାର ଦିଆଯିବ । ଏହାର ଅର୍ଥ କେବଳ ସରକାରୀ ହସ୍ପିଟାଲରେ ନୁହେଁ ଏଣିକି ଘରୋଇ ହସ୍ପିଟାଲମାନଙ୍କରେ ମଧ୍ୟ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ବାଧ୍ୟତାମୂଳକ ହେବ ।

ଅର୍ଥାତ ଘରୋଇ ହସ୍ପିଟାଲରେ ଡାକ୍ତର ରୋଗୀଙ୍କଠାରୁ କୌଣସି ଶୁଳ୍କ ନେଇପାରିବେ ନାହିଁ । ଏହି  ବିଲ୍ ପାରିତ ହେବାକୁ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ ହୋଇଯାଇଛି । ହେଲେ ଏହାକୁ ଡାକ୍ତର ସଂଘ ବିରୋଧ କରିଛନ୍ତି  ।  ଏହି ବିଲରେ ପରିବର୍ତ୍ତନ କରିବାକୁ ଡାକ୍ତରଙ୍କ ଏକ ପ୍ରତିନିଧି ମଣ୍ଡଳ ସରକାରଙ୍କୁ ଦାବି ଜଣାଇଥିଲେ । ଏହାକୁ ନେଇ ଏଯାଏଁ କୌଣସି ନିଷ୍କର୍ଷ ବାହାରିପାରିନାହିଁ । ତେଣୁ ଡାକ୍ତରମାନେ ଧାରଣାକୁ ଓହ୍ଲାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe