Image Courtesy of TOI
ଫାରାହ୍: ମଥୁରା ଜିଲ୍ଲାର ଫାରାହ୍ ରେଳଷ୍ଟେସନ୍ ନିକଟରେ ଶନିବାର ବିଳମ୍ବିତ ରାତ୍ରୀରେ ଗୋଣ୍ଡାଓ୍ଵାନା ଏକ୍ସପ୍ରେସ୍ର ଗୋଟିଏ ବଗି ଧରାଣାଚ୍ୟୁତ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ନାହାନ୍ତି ବୋଲି ଉତ୍ତରାଞ୍ଚଳ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି।
ରାତି ପ୍ରାୟ ୧୦ଟା ୧୮ ମିନିଟ୍ ସମୟରେ ଆଗ୍ରା-ମଥୁରା ସୀମାନ୍ତ ନିକଟସ୍ଥ ଜଲାପୁର ଗାଁ ନିକଟରେ ଆଗ୍ରା ଆଡ଼କୁ ଯାଉଥିବା ଏହି ଟ୍ରେନ୍ ଧାରଣାଚ୍ୟୁତ ହୋଇଥିଲା।
ରିଆଗଡ଼ ଅଭିମୁଖେ ଯାଉଥିବା ଏହି ଟ୍ରେନ୍ରେ ୧୪୦୦ ଯାତ୍ରୀ ଥିଲେ। ରାତି ୭ଟା ୫୫ ମିନିଟ୍ରେ ଟ୍ରେନ୍ଟି ହଜରତ୍ ନିଜାମୁଦ୍ଦିନ ଷ୍ଟେସନ୍ରୁ ଯାତ୍ରା ଆରମ୍ଭ କରିଥିଲା।
ଧାରଣାଚ୍ୟୁତ ହେବା ସମୟରେ ରେଳଗାଡ଼ି ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଗତି କରୁଥିଲା।
ଉଦ୍ଧାରକାରୀ ଦଳଙ୍କୁ ସାହାଯ୍ୟ କରିବା ପାଇଁ ସେଠାକୁ ଏକ ରିଲିଫ୍ ଟ୍ରେନ୍ ପଠାଯାଇଥିଲା।
Follow Us