ଆସୁଛି ଖୁସି ଖବର!: ବଢ଼ିପାରେ ପିଏଫ୍ ସୁଧ ହାର, ଖୁବ୍‌ଶୀଘ୍ର ଘୋଷଣା

ଇପିଏଫଓ ସୁଧ ହାରରେ ପରିବର୍ତ୍ତନ ହୋଇପାରେ। ଏହାକୁ ୮ ପ୍ରତିଶତରୁ ୮.୨୫ପ୍ରତିଶତ ମଧ୍ୟରେ ସ୍ଥିର କରାଯାଇପାରେ। ୨୮ ଫେବ୍ରୁଆରିରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇ ବୋଲି ଆକଳନ କରାଯାଉଛି...

PF interest rate hike likely, announcement coming soon

PF interest rate hike likely, announcement coming soon Photograph: (Sambad.in)

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ଆସିବାକୁ ଯାଉଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ୨୦୨୪-୨୫ ପାଇଁ ସୁଧ ହାର ପରିବର୍ତ୍ତନ କରିବାକୁ ଯୋଜନା ହେଉଛି। ଏହାକୁ ୮ ପ୍ରତିଶତରୁ ୮.୨୫ ପ୍ରତିଶତ ମଧ୍ୟରେ ସ୍ଥିର କରାଯିବାର ଯୋଜନା ରହିଛି।

୨୮ ଫେବ୍ରୁଆରିରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏହା ଦିଆଯାଇପାରେ ବୋଲି ଆକଳନ କରାଯାଉଛି। ଯେକୌଣସି ବର୍ଷ ପାଇଁ ପିଏଫ୍ ଜମା ଉପରେ ସୁଧ ହାର ପ୍ରଥମେ ଇପିଏଫଓ ଦ୍ୱାରା ପ୍ରସ୍ତାବିତ ହୋଇଥାଏ। ଏହା ପରେ ଏହା ସିବିଟି ଦ୍ୱାରା ପାରିତ ହୋଇଥାଏ। ଏହା ପରେ ହିଁ ଏହାକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଥାନ୍ତି।

ଇପିଏଫଓର ୬୫ ନିୟୁତରୁ ଅଧିକ ସଦସ୍ୟ ଅଛନ୍ତି। ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ) ଦିଆଯାଇଥାଏ। ଏହାକୁ ବିଭିନ୍ନ ନିଯୁକ୍ତିଦାତାଙ୍କ ସହିତ ଏକାଧିକ ପିଏଫ ଆକାଉଣ୍ଟ ଲିଙ୍କ୍ କରିବା ପାଇଁ ବ୍ୟବହାର କରାଯାଇଥାଏ।

ଅଧିକ ପଢ଼ନ୍ତୁ: ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ ‘ବ୍ଲକ୍‌ବଷ୍ଟରରୁ ବାଲେଟ୍‌ ବକ୍ସ’ ଉନ୍ମୋଚିତ

ୟୁଏଏନ ମାଧ୍ୟମରେ, ଇଫିଏଫ ବାଲାନ୍ସ ଯାଞ୍ଚ କରିବା ସହିତ  ଅନ୍ୟାନ୍ୟ ସେବା ପାଇପାରିଥାନ୍ତି। ଇପିଏଫ ବାଲାନ୍ସ ଯାଞ୍ଚ କରିବାର ଅନେକ ଉପାୟ ଅଛି। ଇପିଏଫଓ ପୋର୍ଟାଲ୍ ମାଧ୍ୟମରେ, ମିସ୍ଡ କଲ୍ ମାଧ୍ୟମରେ କିମ୍ବା ଏସଏମଏସ ପଠାଇ ମଧ୍ୟ ଯାଞ୍ଚ କରିହେବ।

ଇପିଏଫ ବାଲାନ୍ସ ଯାଞ୍ଚ୍ କରିବାର ଉପାୟ:

:
ଇପିଏଫଓ ପୋର୍ଟାଲ
ଇପିଏଫଓ  ୱେବସାଇଟ୍‌କୁ ଯାଇ “ସଦସ୍ୟ ପାସବୁକ୍” ଉପରେ କ୍ଲିକ୍ କରିବାକୁ ହେବ। ୟୁଏଏନ ଏବଂ ପାସୱାର୍ଡ ଦେଇ ପିଏଫ ପାସବୁକ୍ ବିବରଣୀ ଯାଞ୍ଚ କରିହେବ।

ମିସ୍ଡ କଲ୍
ୟୁଏଏନ  ଇପିଏଫଓ ସାଇଟରେ ପଞ୍ଜିକୃତ ହୋଇଥିବା ସଦସ୍ୟ ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬କୁ ମିସ୍ଡ କଲ୍ ଦେଇ ଇପିଏଫ ବାଲାନ୍ସ ବିଷୟରେ ସୂଚନା ପାଇପାରିବେ।

ଏସଏମଏସ
ୟୁଏଏନ ଇପିଏଫଓ​ରେ ପଞ୍ଜିକୃତ କରିଥିବା ସଦସ୍ୟ ଏସଏମଏସ ପଠାଇ  ନିଜର ଟଙ୍କା ପୈଠ ଏବଂ ପିଏଫ ବାଲାନ୍ସ ବିଷୟରେ ସୂଚନା ପାଇପାରିବେ। ଏସଏମଏସ ପଠାଇବାକୁ  “UAN EPFOHO ENG” ଲେଖି ୭୭୩୮୨୯୯୮୯୯କୁ ପଠାଇବାକୁ ହେବ।

ଉମଙ୍ଗ ଆପ୍
ଉମଙ୍ଗ ଆପ୍ ଡାଉନଲୋଡ୍ କରି ମୋବାଇଲ୍ ନମ୍ବର ସହିତ ପଞ୍ଜୀକରଣ ସମାପ୍ତ କରିବାକୁ ହେବ। ଏହା ପରେ ଲଗ୍ ଇନ୍ କରି ଇପିଏଫ ପାସବୁକ୍ ଦେଖିହେବ। କ୍ଲେମ୍ ଦାଖଲ କରି କ୍ଲେମ୍ ସ୍ଥିତି ଟ୍ରାକ୍ କରିହେବ। ଉମଙ୍ଗ ଆପ୍ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ଲାଟଫର୍ମ। ଏହା ଗୋଟିଏ ସ୍ଥାନରେ ଅନେକ ସରକାରୀ ସେବା ପ୍ରଦାନ କରିଥାଏ।

ଅଧିକ ପଢ଼ନ୍ତୁ: ଆମେରିକାର ଲାଭ ପାଇଁ ଟ୍ରମ୍ପଙ୍କ ନୂଆ ଯୋଜନା: ଚୀନ୍, କାନାଡା, ଜାପାନ ତାଲିକାରେ ଭାରତର ନାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe