ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇ ଦେଉଛନ୍ତି କେନ୍ଦ୍ର ସରକାର। ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ)ର ସୁଧହାର ବୃଦ୍ଧି କରିଥିବା ସୂଚନା ମିଳିଛି । ଏହି ସୁଧହାର ୭.୬ରୁ ବୃଦ୍ଧି ପାଇ ୮ପ୍ରତିଶତ ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶରେ ଲକ୍ଷାଧିକ କର୍ମଚାରୀଙ୍କୁ ଏହାର ଲାଭ ମିଳିପାରିବ।
ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥାତ୍ ଜିପିଏଫ୍ କେବଳ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ। ସରକାରୀ କର୍ମଚାରୀ ସେମାନଙ୍କ ବେତନର ନିର୍ଦ୍ଦିଷ୍ଟ ଅଂଶ ଜିପିଏଫ ପାଣ୍ଠିରେ ଜମା କରିଥାଆନ୍ତି। ଏହି ଜମାରାଶି ଉପରେ ସୁଧ ପ୍ରାପ୍ତ ହୋଇଥାଆନ୍ତି କର୍ମଚାରୀ। ଜିପିଏଫ ପାଣ୍ଠିରେ ଜମା ଉପରେ ଆୟକର ପଡ଼େ ନାହିଁ। ଆୟକର ଧାରା ୮୦ସି ଅନ୍ତର୍ଗତ ଏହା ଉପରେ କର ଛାଡ ରହିଛି। ଏଥିରେ ଜମା ହୋଇଥିବା ରାଶି ଜମାକାରୀଙ୍କୁ ଚାକିରିରୁ ଅବସର ନେବା ପରେ ମିଳିଥାଏ। କେବଳ ଏତିକି ନୁହେଁ, କର୍ମଚାରୀ ଜିପିଏଫ୍ରୁ ଋଣ ବି ନେଇ ପାରିବେ, ତେବେ ଖାସ୍ କଥାଟି ହେଉଛି ଏହା ସୁଧମୁକ୍ତ ହୋଇଥାଏ।
Follow Us