Good news: LPG cylinders become cheaper Photograph: (sambad.in)
ନୂଆଦିଲ୍ଲୀ: ଜୁଲାଇ ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି। ଏହା ଏଲ୍ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି। ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।
ମୁମ୍ବାଇରେ ଏବେ ଏହା ୧୬୭୪.୫୦ ଟଙ୍କା ପରିବର୍ତ୍ତେ ୧୬୧୬ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୩.୫୦ ଟଙ୍କା ପରିବର୍ତ୍ତେ ୧୮୮୧ ଟଙ୍କା ହେବ। ବାଣିଜ୍ୟିକ ସିଲିଣ୍ଡର ଶସ୍ତା ହେବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ଜୁନ୍ ୨୦୨୫, ମେ’ ୨୦୨୫, ଏପ୍ରିଲ୍ ୨୦୨୫ ରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା। ଜୁନ୍ ମାସରେ ୨୪ ଟଙ୍କା ହ୍ରାସ କରାଯାଇଥିଲା। ମେ’ ମାସରେ ମୂଲ୍ୟ ୧୪.୫୦ ଟଙ୍କା ଏବଂ ଏପ୍ରିଲ୍ ମାସରେ ୪୧ ଟଙ୍କା ହ୍ରାସ କରାଯାଇଥିଲା। ଫେବ୍ରୁଆରିରେ ୭ ଟଙ୍କା ହ୍ରାସ ହୋଇଥିଲା। କିନ୍ତୁ ମାର୍ଚ୍ଚରେ ୬ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଜୁଲାଇ ମାସରେ ମଧ୍ୟ ଦର ଚତୁର୍ଥ ଥର ପାଇଁ ହାର ହ୍ରାସ କରାଯାଇଛି।
lpg-cylinder
Follow Us