ଶୁଭେଚ୍ଛା ଜଣାଇ କଂଗ୍ରେସରୁ ବିଦାୟ ନେଲେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ୍‌ ଜାଖଡ଼

Advertisment
ଶୁଭେଚ୍ଛା ଜଣାଇ କଂଗ୍ରେସରୁ ବିଦାୟ ନେଲେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ୍‌ ଜାଖଡ଼

Image Courtesy of India Today

ନୂଆଦିଲ୍ଲୀ: କଂଗ୍ରେସ ଶୃଙ୍ଖଳା କମିଟିଦ୍ବାରା ଲାଞ୍ଛିତ ହୋଇ ଆଜି ହଠାତ୍‌ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ ଦଳ ଛାଡ଼ିଛନ୍ତି। ‘ମନ୍‌ କି ବାତ୍‌’ ଶିରୋନାମାରେ ‘ଫେସ୍‌ବୁକ୍‌ ଲାଇଭ୍‌ ଷ୍ଟ୍ରିମ୍‌’ କରି ସେ ‘ଚିର ବିଦାୟ ଓ ସୌଭାଗ୍ୟ ପ୍ରାପ୍ତ ହୁଅ କଂଗ୍ରେସ୍‌’ ବୋଲି କହି ଦଳ ତ୍ୟାଗ କରିଛନ୍ତି।

୩ ଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ଜାଖଡ଼ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ୍‌ରୁ ସମସ୍ତ ପାର୍ଟି ରେଫେରେନ୍‌ସ୍‌ ହଟାଇ ଦେଇଛନ୍ତି। ତାଙ୍କ ଟୁଇଟର୍‌ ବାୟୋରୁ ସେ କଂଗ୍ରେସ ହଟାଇ ଦେବା ସହ ଟୁଇଟର୍‌ ଆକାଉଣ୍ଟ୍‌ର ପୃଷ୍ଠଭୂମିରେ କଂଗ୍ରେସର ପତାକା ଚିତ୍ର ପରିବର୍ତ୍ତେ ଭାରତର ଜାତୀୟ ପତାକାର ଚିତ୍ର ରଖିଛନ୍ତି।

publive-image Image Courtesy of Zee News

ଜାଖଡ଼ କହିଛନ୍ତି, କେତେକ ପଞ୍ଜାବ କଂଗ୍ରେସ ନେତା ତାଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଗତ କରିବାରୁ ଶୃଙ୍ଖଳା କମିଟିଦ୍ବାରା ଦଳର ସମସ୍ତ ପଦବୀରୁ ବଞ୍ଚିତ ହୋଇ ସେ ହତୋତ୍ସାହ ହୋଇପଡ଼ିଛନ୍ତି। କଂଗ୍ରେସ ସାଂସଦ ଅମ୍ବିକା ସୋନିଙ୍କୁ ମଧ୍ୟ ସେ ନିନ୍ଦା କରିଛନ୍ତି।

କିନ୍ତୁ, ରାହୁଲ୍‌ ଗାନ୍ଧୀଙ୍କୁ ପ୍ରଶଂସା କରି ଜାଖଡ଼ କହିଛନ୍ତି, ସେ ଜଣେ ଉତ୍ତମ ବ୍ୟକ୍ତି। ତୋଷାମଦିଆଙ୍କ ଠାରୁ ଦୂରେଇ ରହି ପୁଣି ଥରେ ଦଳର ନେତୃତ୍ବ ଗ୍ରହଣ କରିବା ଲାଗି ମୁଁ ତାଙ୍କୁ ଅନୁରୋଧ କରିବି।

ଏହା ବ୍ୟତିରେକେ, ସେ ଅଭିଯୋଗ କରିଛନ୍ତି ଯେ, ସମ୍ପ୍ରତି ରାଜସ୍ଥାନର ଉଦୟପୁରରେ ଚାଲିଥିବା ତ୍ରିଦିବସୀୟ ଚିନ୍ତନ ଶିବିର ହେଉଛି ଗୋଟାଏ ବାହାନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe