ବିହାରରେ କୋଇଲା ବୋଝେଇ ମାଲ୍‌ଗାଡ଼ିର ୫୩ଟି ୱାଗନ୍‌ ଧାରଣାଚ୍ୟୁତ; ଡଜନାଧିକ ଦୂରଗାମୀ ଟ୍ରେନ୍‌ର ଗତିପଥ ପରିବର୍ତ୍ତିତ

Advertisment
ବିହାରରେ କୋଇଲା ବୋଝେଇ ମାଲ୍‌ଗାଡ଼ିର ୫୩ଟି ୱାଗନ୍‌ ଧାରଣାଚ୍ୟୁତ; ଡଜନାଧିକ ଦୂରଗାମୀ ଟ୍ରେନ୍‌ର ଗତିପଥ ପରିବର୍ତ୍ତିତ

Image Courtesy of Parda Phas

ପାଟନା: ପୂର୍ବ କେନ୍ଦ୍ରୀୟ ରେଳବାଇର ଗୟା-ଧାନବାଦ ସେକ୍‌ସନ୍‌ରେ କୋଇଲା ନେଇ ଯାଉଥିବା ଗୋଟାଏ ମାଲ୍‌ଗାଡ଼ିର ୫୮ଟି ୱାଗନ୍‌ରୁ ୫୩ଟି ୱାଗନ୍‌ ଆଜି ସକାଳେ ଧାରଣାଚ୍ୟୁତ ହେବାରୁ ଡଜନାଧିକ ‌ଦୂରଗାମୀ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯାଇଛି। ଛଟ୍‌ ଉତ୍ସବ ପାଳିବା ଲାଗି ଟ୍ରେନ୍‌ରେ ଅସୁମାରି ପ୍ରବାସୀ ଶ୍ରମିକ ବିହାର ଓ ଝାଡ଼ଖଣ୍ଡକୁ ଫେରୁଛନ୍ତି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ଦୁର୍ଘଟଣାରେ କେହି ମୃତାହତ ‌ହୋଇଥିବା କଥା ହଠାତ୍‌ ଜଣାପଡ଼ିନାହିଁ। ପାହାଡ଼ିଆ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ବ୍ରେକ୍‌ କାମ ନ କରିବାରୁ ମାଲ୍‌ଗାଡ଼ି ଗୋଟାଏ ବିଜୁଳି ଖୁଣ୍ଟରେ ଧକ୍କା ଖାଇବା ପରେ ଧାରଣାଚ୍ୟୁତ ହୋଇଛି। ମାଲ୍‌ଗାଡ଼ିଟି ଗୟାରୁ କୋଦେର୍ମା ଯାଉଥିଲା।

publive-image Image Courtesy of The Times of India

ସମସ୍ୟା ବିଷୟରେ ଅବଗତ ହେବା ପରେ ଲୋକୋ ପାଇଲଟ୍‌ ବ୍ରେକ୍‌ ମାରି ଗାଡ଼ିର ବେଗ କମାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ଗଡ଼ାଣିଆ ରାସ୍ତା ହୋଇଥିବାରୁ ବ୍ରେକ୍‌ କାମ କଲାନାହିଁ ବୋଲି ସେମାନେ କହିଛନ୍ତି।

‘ଇସିଆର୍‌’ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବୀରେନ୍ଦ୍ର କୁମାର କହିଛନ୍ତି, ସକାଳ ୬.୨୪ରେ ‌ଗାଡ଼ି ଧାରଣାଚ୍ୟୁତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଉଭୟ ଧାରଣାରେ ଗାଡ଼ି ଚଳାଚଳ ବନ୍ଦ ରଖାଯିବାରୁ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯାଇଛି। ଘଟଣାର ତଦନ୍ତ କରିବା ଲାଗି ଉଚ୍ଚସ୍ତରୀୟ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe