Deccan Chronicle
କାଲିଫର୍ଣ୍ଣିଆ: ‘ଗୁଗୁଲ’ର ସିଇଓ ସୁନ୍ଦର ପିଚାଇ ଆଜି ଆଇସିସି ବିଶ୍ୱକପ୍ କ୍ରିକେଟ୍- ୨୦୧୯କୁ ନେଇ କରିଛନ୍ତି ଏକ ବଡ଼ ଭବିଷ୍ୟବାଣୀ। ପିଚାଇ କହିଛନ୍ତି ଯେ ସଂପ୍ରତି ଇଂଲଣ୍ଡ ଠାରେ ଖେଳା ଯାଉଥିବା ଆଇସିସି ବିଶ୍ୱକପ୍ କ୍ରିକେଟ୍- ୨୦୧୯ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହେବ। ଏବଂ ଏହି ମ୍ୟାଚ୍ରେ ସେ ଭାରତକୁ ନିଜର ସମର୍ଥନ ଦେବେ ଏବଂ ଭାରତ ବିଜୟୀ ହେବ ବୋଲି ଆଶା କରିବେ।
Sports360କାଲିଫର୍ଣ୍ଣିଆ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେବା ଅବସରରେ ବିଶ୍ୱର ସର୍ବବୃହତ୍ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ‘ଗୁଗୁଲ’ର ସିଇଓ ତଥା ୪୬ ବର୍ଷ ବୟସ୍କ ପ୍ରବାସୀ ଭାରତୀୟ ସୁନ୍ଦର ପିଚାଇ ଏହି ଭବିଷ୍ୟବାଣୀ କରିଛନ୍ତି। ଏଥିସହ ପିଚାଇ କହିଛନ୍ତି ଯେ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ଶକ୍ତିଶାଳୀ ଓ ସୁଦୃଢ଼ ଟିମ୍ ଅଟନ୍ତି। ମାତ୍ର ତାଙ୍କ ମତରେ ଲର୍ଡସ ଠାରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚ୍ରେ ଭାରତ ଓ ଇଂଲଣ୍ଡ ପରସ୍ପର ସହ ଲଢ଼ିବେ।
Follow Us