ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରା ଯାଉଥିବା ଅଭିଯୋଗ କରି ବିଶ୍ୱର ସମସ୍ତ ଗୁଗୁଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ କମ୍ପାନିର ମହିଳା କର୍ମଚାରୀ

Advertisment
ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରା ଯାଉଥିବା ଅଭିଯୋଗ କରି ବିଶ୍ୱର ସମସ୍ତ ଗୁଗୁଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ କମ୍ପାନିର ମହିଳା କର୍ମଚାରୀ

ସାନ୍‌ଫ୍ରାନ୍‌ସିସ୍‌କୋ: ବିଶ୍ୱର ସର୍ବବୃହତ୍ତ ଇଣ୍ଟରନେଟ୍‌ କମ୍ପାନି ଗୁଗୁଲ୍‌ରେ ବରିଷ୍ଠ ପୁରୁଷ କର୍ମଚାରୀମାନେ ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଗୁଗୁଲ୍‌ କାର୍ଯ୍ୟାଳୟର ମହିଳା କର୍ମଚାରୀମାନେ କାର୍ଯ୍ୟବନ୍ଦ କରି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

View this post on Instagram

Google employees and contractors will be leaving these flyers at their desks tomorrow. #googlewalkout

A post shared by Google Walkout for Change (@googlewalkout) on

ଗୁଗୁଲର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନେ ସେମାନଙ୍କ ଅଧସ୍ଥନ ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ ସହ ଯୌନ ନିର୍ଯାତନା ମଧ୍ୟ ଦେଉଛନ୍ତି। ତେବେ, ଏସଂପର୍କରେ କଂପାନିର ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ମହିଳା କର୍ମଚାରୀମାନେ ଅଭିଯୋଗ ଆଗତ କଲାପରେ ମଧ୍ୟ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କ ବିରୋଧରେ କମ୍ପାନି ପକ୍ଷରୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ ବୋଲି ମହିଳା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।


ଏହି ପରିିପ୍ରେକ୍ଷୀରେ ଗୁଗୁଲର ମହିଳା କର୍ମଚାରୀମାନେ ଏହାର ବିରୋଧ କରିବା ସହ ସେମାନଙ୍କର ଅସନ୍ତୋଷ ଜାହିର କରିବା ପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଗୁଗୁଲ୍‌ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ କରି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe