ଗୁଗଲ୍‌କୁ ରୁଷ୍‌ର ୨୦ ଡେସିଲିଅନ୍‌ ଜରିମାନା: ୨ ପରେ ୩୪ଟି ଶୂନ ଥିବା ସଂଖ୍ୟା

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଅର୍ଥାତ୍‌ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ଉକ୍ତ ଜରିମାନା ରାଶି ବିଶ୍ବର ମୋଟ ଅର୍ଥନୀତିର ଆକାର ତୁଳନାରେ ଅନେକଗୁଣ ଅଧିକ ହେବ।

ଏୟାରଟେଲ୍‌, ଗୁଗୁଲ୍‌ ଆଣିବେ ସୁଲଭ ୪ଜି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଅର୍ଥାତ୍‌ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ଉକ୍ତ ଜରିମାନା ରାଶି ବିଶ୍ବର ମୋଟ ଅର୍ଥନୀତିର ଆକାର ତୁଳନାରେ ଅନେକଗୁଣ ଅଧିକ ହେବ। ମୁଖ୍ୟତଃ ୟୁଟ୍ୟୁବ୍‌କୁ ଟାର୍ଗେଟ୍‌ କରି ଉକ୍ତ ଜରିମାନା ରାଶି ଲଗାଯାଇଛି। ୟୁକ୍ରେନ ଉପରେ ରୁଷ୍‌ ସାମରିକ ଆକ୍ରମଣ ଚଳାଇଛି। ଏହାର ପ୍ରତିବାଦରେ ଗୁଗଲ୍‌ର ମୂଳ କମ୍ପାନି ଆଲଫାବେଟ୍‌ ଏହାର ୟୁଟ୍ୟୁବ୍‌ରେ ରୁଷ୍‌ର ସରକାରୀ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ନିଷିଦ୍ଧ କରିଥିଲା। ଗୁଗଲ୍‌ ଏଭଳି କାର୍ଯ୍ୟ କରି ଦେଶର ପ୍ରସାରଣ ନିୟମକୁ ଉଲ୍ଲଂଘନ କରିଥିବାରୁ ଏକ ଅଦାଲତ ଏହି ଜରିମାନା ରାଶି ଲଗାଇଛନ୍ତି। 

କେବଳ ସେତିକି ନୁହେଁ ୯ ମାସ ମଧ୍ୟରେ ଗୁଗଲ୍‌କୁ ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଗୁଗଲ୍‌ ବିରୋଧରେ ଆଇନଗତ ଲଢ଼େଇରେ ରୁଷ୍‌ର ୧୭ଟି ପ୍ରସାରଣକାରୀ ସଂସ୍ଥା ସାମିଲ ହୋଇଥିଲେ। କ୍ରେମଲିନ୍ ଏହି ଜରିମାନାକୁ ମୁଖ୍ୟତଃ ଏକ ପ୍ରତୀକାତ୍ମକ ପଦକ୍ଷେପ ବୋଲି କହିଛି। ରୁଷ୍‌ର ପ୍ରସାରଣକାରୀଙ୍କ ବିରୋଧରେ ଏହାର କାର୍ଯ୍ୟ ସଂପର୍କରେ ପୁନଃବିଚାର କରିବା ଲାଗି ଏହା କରାଯାଇଛି ବୋଲି କ୍ରେମଲିନ୍‌ର ପ୍ରବକ୍ତା ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି। ରୁଷ୍‌ ଗଣମାଧ୍ୟମ ଉପରେ ୟୁଟ୍ୟୁବ୍‌ର ନିଷେଧକୁ ଦେଶ ‌କେତେ ଗମ୍ଭୀରତାର ସହ ଗ୍ରହଣ କରିଛି ତାହା ଦର୍ଶାଇବା ଏହି ଜରିମାନାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe