ଅଧ ଘଣ୍ଟା ପର୍ଯ୍ୟନ୍ତ ଅଚଳ ହେଲା ଜିମେଲ, ୟୁଟ୍ୟୁବ୍ ସହିତ ଗୁଗୁଲର ଅନେକ ଆପ୍

Advertisment
ଅଧ ଘଣ୍ଟା ପର୍ଯ୍ୟନ୍ତ ଅଚଳ ହେଲା ଜିମେଲ, ୟୁଟ୍ୟୁବ୍ ସହିତ ଗୁଗୁଲର ଅନେକ ଆପ୍

Daily Mail

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୫ଟା ପରେ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ହଠାତ୍ କାମ କରିବା ବନ୍ଦ କରିଦେଇଥିଲା ବୋଲି ଜଣା ପଡ଼ିଛି। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକ‌େ ଏ ନେଇ ଟୁଇଟ କରିବା ଆରମ୍ଭ କରିଥିଲେ। ଗୁଗଲ ଡାଉନ ଲେଖି ଲୋକେ ଟୁଇଟ୍ କରିଥିଲେ। ତେବେ ୟୁଟ୍ୟୁବ୍ ଏବଂ ଜି-ମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ କିଛି ସମୟ ପାଇଁ ଡାଉନ ହୋଇଥିବା ବେଳେ କିଛି ସମୟ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା। ଗୁଗୁଲର ସମସ୍ତ ଆପ୍ ଡାଉନ ହେବା ପରେ ଲୋକମାନେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣା ପଡ଼ିଛି।

କେବଳ ଭାରତରେ ୟୁଟ୍ୟୁବ୍ ଏବଂ ଜି-ମେଲ୍ ନୁହେଁ, ଗୁଗୁଲ୍ ଡ୍ରାଇଭ୍, ହ୍ୟାଙ୍ଗଆଉଟ୍, ଗୁଗୁଲ୍ ମିଟ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଆପ୍ସର ସେବା ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ହ୍ୟାସଟ୍ୟାଗ୍ ସହିତ ଗୁଗୁଲ୍ ଡାଉନ୍ ଲେଖି ଟୁଇଟ କରିବା ଆରମ୍ଭ କରିଦେଇଥିଲେ। ଅଧଘଣ୍ଟା ମଧ୍ୟରେ ଟୁଇଟରରେ ହ୍ୟାସଟ୍ୟାଗ ଗୁଗୁଲ୍ ଡାଉନ୍ ଏବଂ ୟୁଟ୍ୟୁବ୍ ଡାଉନ୍ ଟ୍ୱିଟ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା।

इंडिया में काफी देर तक काम नहीं कर रहा था यू-ट्यूब aajtak

ଗୁଗୁଲର ଏହି ସେବାଗୁଡିକ ବାଧାପ୍ରାପ୍ତ ହେବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ | ଅବଶ୍ୟ, ଏହି ସମୟ ମଧ୍ୟରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ (ଗୁଗଲ ଡଟ କମ) କ୍ରମାଗତ ଭାବରେ କାର୍ଯ୍ୟ କରୁଥିଲା | ତେବେ ସର୍ଭର ଡାଉନ୍ ହେତୁ ଗୁଗୁଲର ଆପ୍ସରେ ଏହି ସମସ୍ୟା ଦେଖା ଦେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe