ଗୁଗୁଲ ମ୍ୟାପ୍‌ରେ ଦେଖନ୍ତୁ ପାକ୍‌ର କେଉଁ କେଉଁ ଅଞ୍ଚଳରେ ବାୟୁସେନା ବୋମା ମାଡ କରିଛି

Advertisment
ଗୁଗୁଲ ମ୍ୟାପ୍‌ରେ ଦେଖନ୍ତୁ ପାକ୍‌ର କେଉଁ କେଉଁ ଅଞ୍ଚଳରେ ବାୟୁସେନା ବୋମା ମାଡ କରିଛି

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣର ଜବାବ ଦେବାକୁ ଯାଇ ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଭାରତୀୟ ସେନା ପାକିସ୍ତାନରେ କରିଥିବା ଏହି ଆକାଶୀ ଆକ୍ରମଣରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର କ୍ୟାମ୍ପକୁ ଧ୍ୱଂସ କରିଥିବା ସୂଚନା ମିଳିଛି।

publive-image

ଏଥିସହିତ ଅନ୍ୟ ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ମଧ୍ୟ ବାୟୁସେନାର ବୋମା ମାଡରେ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରକୁ ନିକ୍ଷେପ କରାଯାଇଛି ବୋଲି ମଙ୍ଗଳବାର ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ଆକ୍ରମଣ ପରେ ପାକିସ୍ତାନ କୌଣସି ବଡ଼ ଧରଣର କ୍ଷତି ସହିଥିବା ଅସ୍ୱୀକାର କରିଛି।

publive-image

ଗୁଗୁଲ ମ୍ୟାପ୍‌ରେ ଦେଖନ୍ତୁ ଭାରତୀୟ ବାୟୁସେନା ପାକ୍‌ର କେଉଁକେଉଁ ଅଞ୍ଚଳକୁ ଧ୍ୱଂସ କରିଛି।

ବିଦେଶ ସଚିବ ଦ୍ୱାରା ପ୍ରେସ୍‌ କନ୍‌ଫରେନ୍ସ ଡକା ଯାଇଥିଲା। ଯେଉଁଥିରେ ବିଜୟ ଗୋଖଲେ କହିଛନ୍ତି, ଫେବ୍ରୁଆରି ୧୪ରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୪୦ଜଣ ଭାରତୀୟ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହା ପୂର୍ବରୁ ପଠାନକୋର୍ଟରେ ଭି ଜୈସ୍‌ ତରଫରୁ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଆମ ତରଫରୁ ପାକିସ୍ତାନକୁ ଅନେକ ଥର ପ୍ରମାଣ ବି ଦିଆଯାଇଛି। କିନ୍ତୁ ଏଯାବତ୍‌ ସେ ଆତଙ୍କବାଦୀ ସଙ୍ଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାକୁ ଦୃଷ୍ଟିରେ ରଖି ଆମେ ଏହି ପଦକ୍ଷେପ ନେବାର ରଣନୀତି ପ୍ରସ୍ତୁତ କରି ଆଜି ସକାଳେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe