ଆତ୍ମହତ୍ୟା କରିବାର ଉପାୟ ସର୍ଚ୍ଚ କରୁଥିଲା ଯୁବକ, ପୁଲିସକୁ ଜଣାଇଦେଲା ଗୁଗୁଲ, ବଞ୍ଚିଗଲା ଜୀବନ  

Advertisment
କୋଟାରେ ପୁଣି ଆତ୍ମହତ୍ୟା: ୩ ମାସରେ ଅଷ୍ଟମ

The Financial Express

ମୁମ୍ବାଇ : ଗୁଗୁଲରେ ଆମେ ଅନେକ ପ୍ରକାରର ଜିନିଷ ସର୍ଚ୍ଚ କରିଥାଉ । ଅନେକ ସମୟରେ ଲୋକମାନେ ଏହାର ଅପବ୍ୟବହାର ମଧ୍ୟ କରିଥାନ୍ତି । ଏଭଳି ଏକ ଘଟଣା ମୁମ୍ବାଇରେ ସାମ୍ନାକୁ ଆସିଛି। ତେବେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଫଳରେ ଏକ ଅଘଟଣକୁ ରୋକାଯାଇପାରିଛି । ଏବେ ଘଟଣା ସଂପର୍କରେ ଜାଣନ୍ତୁ..

ମୁମ୍ବାଇର ଜଣେ ଯୁବକ ଗୁଗୁଲରେ 'ବିନା ଯନ୍ତ୍ରଣାରେ କିପରି ଆତ୍ମହତ୍ୟା କରିବେ' ସର୍ଚ୍ଚ କରିଥିଲେ । ଏ ସଂପର୍କରେ ଆମେରିକା ଥିବା ଗୁଗୁଲ କର୍ତ୍ତୃପକ୍ଷ ଜାଣିପାରିଥିଲେ ଓ ଦିଲ୍ଲୀରେ ଥିବା ଇଣ୍ଟରପୋଲ ଅଫିସକୁ ଖବର ଦେଇଥିଲେ । ଏହା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ମୁମ୍ବାଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଟିମ୍ ଲୋକେସନ୍ ଟ୍ରାକ୍ କରି ୨୫ ବର୍ଷୀୟ ଯୁବକଙ୍କୁ ଆତ୍ମହତ୍ୟା କରିବାରୁ ରୋକିଥିଲା । ଯୁବକଙ୍କ ଆଇପି ଆଡ୍ରେସକୁ ଟ୍ରାସ କରି ତାଙ୍କ ଲୋକେସନ ଧରାପଡ଼ିଥିଲା ।

ଯୋଗେଶ୍ୱରୀ ଅଞ୍ଚଳର ବାସିନ୍ଦା ତଥା ଏକ ଘରୋଇ କମ୍ପାନୀରେ ଆଇଟି ଇଞ୍ଜିନିୟର ଭାବେ କାମ କରୁଥିବା ଏହି ଯୁବକ ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବିଭିନ୍ନ ଆର୍ଥିକ ଅନୁଷ୍ଠାନରୁ ଋଣ ନେଇଥିଲେ। ଏପରିକି ଗୃହ ଋଣର କିସ୍ତି ମଧ୍ୟ ପୈଠ କରିପାରୁନଥିବାରୁ ସେ ଅବସାଦଗ୍ରସ୍ତ ଥିଲେ। ଏହି କାରଣରୁ ସେ ବିନା ଯନ୍ତ୍ରଣାରେ ଆତ୍ମହତ୍ୟା କରିବାର ଉପାୟ ବିଷୟରେ ଅନଲାଇନରେ ସର୍ଚ୍ଚ କରୁଥିଲେ ।

.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe