ଭାରତରେ 'କରୋନା' ପଛରେ 'ଆଇପିଏଲ' ଆଗରେ

Advertisment
ଭାରତରେ 'କରୋନା' ପଛରେ 'ଆଇପିଏଲ' ଆଗରେ

ନୂଆଦିଲ୍ଲୀ: ଗୁଗୁଲ ହେଉଛି ଦୁନିଆର ସବୁଠାରୁ ଲୋକପ୍ରିୟ ଏବଂ ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍ | ପ୍ରତି ବର୍ଷ ଶେଷରେ, କମ୍ପାନୀ 'ଇୟର ଇନ ସର୍ଚ୍ଚ' ତାଲିକା ପ୍ରକାଶ କରିଥାଏ | ଲୋକମାନେ ଗୋଟିଏ ବର୍ଷରେ ଗୁଗୁଲରେ ଯାହା ଖୋଜିଛନ୍ତି ତାହା 'ଇୟର ଇନ ସର୍ଚ୍ଚ'ରେ ସ୍ଥାନ ପାଇଥାଏ । ଗୁଗୁଲ ୨୦୨୦ ବର୍ଷର 'ଇୟର ଇନ ସର୍ଚ୍ଚ' ତାଲିକା ପ୍ରକାଶ କରିଛି | ତେବେ ଗୁଗୁଲର ଏହି ତାଲିକାରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି |

ସୋସିଆଲ ମିଡ଼ିଆରେ ସୁଶାନ୍ତ ସିଂ ରାଜପୁତଙ୍କୁ ଏବର୍ଷ ସର୍ବାଧିକ ଖୋଜାଯାଇଥିବାବେଳେ ଗୁଗୁଲରେ କିନ୍ତୁ ଭିନ୍ନ ତଥ୍ୟ ରହିଛି | ଏବର୍ଷ ସାରା ବିଶ୍ୱରେ ଅଧିକାଂଶ ଲୋକ କରୋନା ଭାଇରସ୍ ବାବଦରେ ଖୋଜିଥିଲେ, କିନ୍ତୁ ଭାରତରେ ସେଭଳି କିଛି ଘଟିନଥିଲା | ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବିଶ୍ଵବ୍ୟାପୀ କରୋନା ଭୁତାଣୁ (କୋଭିଡ -୧୯) ମହାମାରୀ ବାବଦରେ ଗୁଗୁଲରେ ଅନୁସନ୍ଧାନ କରିଥିବାବେଳେ ଭାରତୀୟମାନେ ଆଇପିଏଲ୍ ବାବଦରେ ଅଧିକ ଖୋଜିଥିଲେ।

publive-image Photo-Google

ଆଇପିଏଲ ଓ କରୋନା ଭାଇରସ୍ ବ୍ୟତୀତ ଲୋକମାନେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବିଷୟରେ ମଧ୍ୟ ଅନେକ ଅନୁସନ୍ଧାନ କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ନିର୍ବାଚନ, ବିହାର ନିର୍ବାଚନ, ପ୍ରଧାନମନ୍ତ୍ରୀଙ୍କ କୃଷକ ଯୋଜନା ମଧ୍ୟ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ରହିଛି।
(ଗୁଗୁଲ 'ଇୟର ଇନ ସର୍ଚ୍ଚ'ର ଟପ-୬ ତାଲିକାକୁ ଏଠାରେ ଉଲ୍ଲେଖ କରାଯାଇଛି )

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe