ଭାରତରେ ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ଗୁଗୁଲ

ଭାରତରେ ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ଗୁଗୁଲ

ndtv

ନୂଆଦିଲ୍ଲୀ: ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ଭାରତ ସରକାରଙ୍କ ସହ ହାତ ମିଳାଇଛି ଗୁଗୁଲ୍ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆର ସ୍ବପ୍ନକୁ ପୂରଣ କରିବା ପାଇଁ ଗୁଗୁଲ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି | ଏ ନେଇ ଆଜି ଟୁଇଟ କରି ସୂଚନା ଦେଇଛନ୍ତି ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ ଗର୍ବିତ ବୋଲି ଲେଖିବା ସହ ଗୁଗୁଲ ୭୫,୦୦୦ କୋଟି ଟଙ୍କାର ପାଣ୍ଠି ବିନିଯୋଗ କରିବ ବୋଲି କହିଛନ୍ତି।

ଆଜି ମୁଁ ଗୁଗୁଲ୍ ପାଇଁ ଇଣ୍ଡିଆ ଡିଜିଟାଇଜେସନ୍ ପାଣ୍ଠି ଘୋଷଣା କରି ଉତ୍ସାହିତ ଅଛି। ଏହି ପ୍ରୟାସ ମାଧ୍ୟମରେ ଆମେ ଆସନ୍ତା ୫-୭ ବର୍ଷ ମଧ୍ୟରେ ଭାରତରେ ୭୫,୦୦୦ କୋଟି ବା ପ୍ରାୟ ୧୦ ବିଲିୟନ ଡଲାର ବିନିଯୋଗ କରିବୁ। ଇକ୍ୱିଟି ନିବେଶ, ସହଭାଗୀତା ଏବଂ କାର୍ଯ୍ୟକ୍ଷମ, ଭିତ୍ତିଭୂମି ଏବଂ ଇକୋସିଷ୍ଟମ୍ ନିବେଶର ମିଶ୍ରଣ ମାଧ୍ୟମରେ ଆମେ ଏହା କରିବୁ | ଏହା ଭାରତର ଭବିଷ୍ୟତ ଏବଂ ଏହାର ଡିଜିଟାଲ ଅର୍ଥନୀତି ଉପରେ ଆମର ଆତ୍ମବିଶ୍ୱାସର ପ୍ରତିଫଳନ ବୋଲି ଗୁଗୁଲ ଫର ଇଣ୍ଡିଆ ଅନଲାଇନ୍ ଇଭେଣ୍ଟରେ ପିଚାଇ କହିଛନ୍ତି।

publive-image

ସେ କରିଥିବା ଟୁଇଟରେ ଲେଖା ଯାଇଛି ଯେ, "ଆଜି #ଗୁଗୁଲ ଫର ଇଣ୍ଡିଆରେ ଆମେ ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବା ପାଇଁ ଏକ ନୂତନ ୭୫,୦୦୦ କୋଟି ଟଙ୍କାର ଡିଜିଟାଇଜେସନ୍ ପାଣ୍ଠି ଘୋଷଣା କରିଛୁ। ଡିଜିଟାଲ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ ଗର୍ବିତ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe