ଗୁଗୁଲ ଉପରେ ପୁଣି ୯୩୬ କୋଟିର ଦ୍ୱିତୀୟ ଜରିମାନା ଲଗାଇଲା ଭାରତ

Advertisment
ଗୁଗୁଲ ଉପରେ ପୁଣି ୯୩୬ କୋଟିର ଦ୍ୱିତୀୟ ଜରିମାନା ଲଗାଇଲା ଭାରତ

ନୂଆଦିଲ୍ଲୀ: ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା ଲଗାଇଛି। ଚଳିତ ମାସରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ ଗୁଗୁଲକୁ ମଙ୍ଗଳବାର ୯.୩୬ ବିଲିୟନ ବା ୯୩୬ କୋଟି ଭାରତୀୟ ଟଙ୍କା (୧୧୩.୦୪ ନିୟୁତ ଡଲାର)ର ଜରିମାନା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ୨୧ ତାରିଖରେ ସିସିଆଇ ଗୁଗୁଲ୍ ଉପରେ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା । ଏହାଫଳରେ ଏକ ସପ୍ତାହ ମଧ୍ୟରେ ଗୁଗୁଲ ଉପରେ ଜରିମାନାର ପରିମାଣ ୨୨୭୪ କୋଟି ଟଙ୍କାରେ ପହଞ୍ଚିଛି।

ବଜାରରେ ନିଜ ଆଧିପତ୍ୟର ଅପବ୍ୟବହାର କରିଥିବା ଅଭିଯୋଗରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଗୁଗୁଲ୍ ଉପରେ ଆଜି ୯୩୬ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ଗୁଗୁଲ୍ ତାର ପ୍ଲେଷ୍ଟୋର ନୀତିରେ ପକ୍ଷପାତିତା କରିବା ସହ ନିଜ ପ୍ରଡକ୍ଟଗୁଡ଼ିକୁ  ପ୍ରସାରିତ କରିବା ଲାଗି ପ୍ଲେଷ୍ଟୋରର ଅପବ୍ୟବହାର କରୁଥିଲା।  ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଡିଭାଇସ୍‌ରେ ଗୁଗୁଲ୍‌ ଏହାର ଆଧିପତ୍ୟକୁ ଅପବ୍ୟବହାର କରିଥିବା ସିସିଆଇ କହିଛନ୍ତି। ଏକ ସ୍ମାର୍ଟଫୋନ‌୍‌ରେ ଆପ୍ ଏବଂ ପ୍ରୋଗ୍ରାମ୍ ଚାଲିବା ଲାଗି ଏକ ଅପରେଟିଂ ସିଷ୍ଟମ୍ ଦରକାର। ଆଣ୍ଡ୍ରଏଡ୍‌ ହେଉଛି ସେଭଳି ଏକ ଅପରେଟିଂ ସିଷ୍ଟମ୍ ଯାହାକୁ ୨୦୧୫ରେ ଗୁଗୁଲ୍ ଅଧିଗ୍ରହଣ କରିଥିଲା।

ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଗୁଗୁଲ୍ ଉପରେ ଏଯାବତ୍ ୨୨୭୪  କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ଏହା ଭାରତୀୟ ଓ ଏଠାକାର ବ୍ୟବସାୟୀମାନଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe