କଣ୍ଟ୍ରାକ୍ଟର୍‌ ‘ଗୁଣ୍ଡା ଟିକସ’ ନ ଦେବାରୁ ୭ କିଲୋମିଟର୍‌ ରାସ୍ତା ଖୋଳି ପକାଇଲେ ବିଧାୟକଙ୍କ ସହଯୋଗୀ

Advertisment
କଣ୍ଟ୍ରାକ୍ଟର୍‌ ‘ଗୁଣ୍ଡା ଟିକସ’ ନ ଦେବାରୁ ୭ କିଲୋମିଟର୍‌ ରାସ୍ତା ଖୋଳି ପକାଇଲେ ବିଧାୟକଙ୍କ ସହଯୋଗୀ

ବରେଲି: କଣ୍ଟ୍ରାକ୍ଟର୍‌ ‘ଗୁଣ୍ଡା ଟିକସ’ ଦେବାକୁ ଅରାଜି ହେବାରୁ ସ୍ଥାନୀୟ ବିଧାୟକଙ୍କ ଲୋକ ବୋଲି ଦାବି କରୁଥିବା ଦଳେ ଦୁର୍ବୃତ୍ତ ଉତ୍ତର ପ୍ରଦେଶର ଶାହାଜାହାନପୁରରେ ସଦ୍ୟ ତିଆରି ହୋଇଥିବା ସୁନ୍ଦର ସଡ଼କରୁ ୭ କିଲୋମିଟର୍‌ ଖୋଳି ନଷ୍ଟ କରି ଦେଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ପିଚୁ ରାସ୍ତା ତାଡ଼ିବା ପାଇଁ ଦୁର୍ବୃତ୍ତମାନେ ‘ଜେସିବି’ ବ୍ୟବହାର କରିବା ସହିତ ସଡ଼କ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ମାରଧର କରିଥିଲେ। କେବଳ ସେତିକି ନୁହେଁ ସୋମନେ ସଡ଼କ ନିର୍ମାଣ କାର୍ଯ୍ୟ ପାଇଁ ସେଠାରେ ଥିବା ମେସିନ୍‌ଗୁଡ଼ିକୁ ବି ପୋଡ଼ି ପକାଇଛନ୍ତି।

ଗୋରଖପୁରବାସୀ କଣ୍ଟ୍ରାକ୍ଟର୍‌ ଶକୁନ୍ତଳା ସିଂହ କହିଛନ୍ତି ଯେ, ଜଗବୀର ସିଂହ ନାମରେ ଜଣେ ବ୍ୟକ୍ତି ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି କହି ବୁଲୁଛନ୍ତି। ସେ ସଡ଼କ ନିର୍ମାଣ କାର୍ଯ୍ୟରେ ବାଧା ଦେଇ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଛନ୍ତି।

publive-image Image Courtesy of Times of India

ଜିଲ୍ଲା ମାଜିଷ୍ଟ୍ରେଟ୍‌ ଉମେଶ ସିଂହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପରିଚୟ ଗୋପନ ରଖିବାକୁ ଅନୁରୋଧ କରି ଜଣେ ପୁଲିସ କର୍ମଚାରୀ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ସିଂହ ପ୍ରକୃତରେ ସବୁବେଳେ ବିଧାୟକଙ୍କ ପାଖରେ ଥାଆନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ  ୧୨ କ‌ୋଟି ଟଙ୍କା ଅନୁମୋଦନ କରାଯାଇଥିବାରୁ ସ୍ଥାନୀୟ ରାଜନେତାମାନେ ବିପୁଳ ପରିମାଣର ‘କମିସନ୍‌’ ଦାବି କରୁଛନ୍ତି।

ଜଗବୀର ସିଂହ ଓ ଆଉ ୧୫/୨୦ଜଣ ଅଜ୍ଞାତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି, ଏଭଳି କାର୍ଯ୍ୟକୁ ଆମେ ବରଦାସ୍ତ କରିବୁ ନାହିଁ। ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଛି। ୩ଜଣ ବ୍ୟକ୍ତି ଗିରଫ ହୋଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଜଗବୀର ଏବେ ବି ଫେରା ଅଛନ୍ତି।

ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ସ୍ଥାନୀୟ ବିଧାୟକ କହିଛନ୍ତି, ରାସ୍ତା ନିର୍ମାଣରେ କଣ୍ଟ୍ରାକ୍ଟର୍‌ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ମୁଁ ଏ ପ୍ରସଙ୍ଗ ଉତ୍ଥାପନ କରିଛି। କଣ୍ଟ୍ରାକ୍ଟର୍‌ ନିଜେ ରାସ୍ତା ନଷ୍ଟ କରାଇ ବୀମା ଅର୍ଥ ଦାବି କରିବା ଲାଗି ‘ଏଫ୍‌ଆଇଆର୍‌’ ପଞ୍ଜିକୃତ କରିଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe