ପ୍ରଧାନମନ୍ତ୍ରୀ ଜଣେ ନୀଚ ଧରଣର ଲୋକ କହି ଫସିଲେ ଗୁଜରାଟର ଆପ୍ ମୁଖ୍ୟ

ପ୍ରଧାନମନ୍ତ୍ରୀ ଜଣେ ନୀଚ ଧରଣର ଲୋକ କହି ଫସିଲେ ଗୁଜରାଟର ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜଣେ ନୀଚ ଧରଣର ଲୋକ କହି ଫସିଲେ ଗୁଜରାଟ ଆମ୍ ଆଦମୀ ପାର୍ଟିର (ଆପ୍) ମୁଖ୍ୟ। ଗୁଜରାଟର ଆପ ମୁଖ୍ୟ ଗୋପାଳ ଇଟାଲିଆଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଭାଇରାଲ ହେଉଥିବା ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୀଚ ଧରଣର ଲୋକ ଭାବରେ ବର୍ଣ୍ଣନା କରି ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଭାରତୀୟ ଜନତା ପାର୍ଟି ବିରକ୍ତି ପ୍ରକାଶ କରି ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଜାତିଆଣ ଗାଳି ବୋଲି କହିଛି।

ବିଜେପି ଟାର୍ଗେଟ କରିବା ପରେ କ୍ଷମା ମାଗିବା ପରିବର୍ତ୍ତେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଗୋପାଳ କହିଛନ୍ତି ଯେ, ମୁଁ ଗାଁର ସାଧାରଣ ଯୁବକ ହୋଇଥିବାରୁ ମୋର ଭାଷା ଖରାପ ହୋଇପାରେ ଏବଂ ଏଥିପାଇଁ ମୋତେ ଗୁଳି ମାରିଦିଆଯାଉ ବା ଫାଶୀ ଦିଆଯାଉ।

ଏଥିସହ ସେ କହିଛନ୍ତି ଯେ 'ପଟେଲ ସମ୍ପ୍ରଦାୟ'ରୁ ହୋଇଥିବାରୁ ତାଙ୍କୁ ବିଜେପି ଟାର୍ଗେଟ କରୁଛି। ତାଙ୍କ କହିବା ମୁତାବକ, ଗୁଜରାଟରେ ଆପର ଲୋକପ୍ରିୟତା ଦେଖି ବିଜେପି ଏଭଳି ଆପକୁ ଟାର୍ଗେଟ କରୁଛି। ଏଥିପାଇଁ ସେ ଖୋଜି ଖୋଜି ପୁରୁଣା ଭିଡିଓ ଆଣୁଛି। ପୁୁରୁଣା ଭିଡିଓ ଆଣି ବିଜେପି ଜନସାଧାରଣଙ୍କୁ କହୁଛି ଯେ, ୪-୫ବର୍ଷ ପୂର୍ବେ କେହି ଜଣେ ପ୍ରଧାନମନ୍ତ୍ରୀଙ୍କୁ ନୀଚ କହିଥିଲେ, ତେଣୁ ୨୦୨୨ରେ ଆମକୁ ଭୋଟ୍ ଦିଅ। ଗୁଜରାଟରେ ଏହି ପ୍ରକାର ରାଜନୀତି ଭଲ ନୁହେଁ। ଗୁଜରାଟର ଲୋକମାନେ ୨୭ବର୍ଷର ହିସାବ ମାଗୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe