ମାତ୍ରାଧିକ ଇୟର୍‌ଫୋନ୍ ବ୍ୟବହାର ଯୋଗୁ ଶ୍ରୁତିଶକ୍ତି ହରାଇଲା ଗୋରଖପୁର ବାଳକ

Advertisment
ମାତ୍ରାଧିକ ଇୟର୍‌ଫୋନ୍ ବ୍ୟବହାର ଯୋଗୁ ଶ୍ରୁତିଶକ୍ତି ହରାଇଲା ଗୋରଖପୁର ବାଳକ

News18

ଗୋରଖପୁର: ଉତ୍ତରପ୍ରଦେଶ ଗୋରଖପୁରର ଜଣେ ୧୮ ବର୍ଷର ବାଳକ ଦୀର୍ଘକାଳ ଧରି ମାତ୍ରାଧିକ ଇୟର୍‌ଫୋନ୍ (ଟିଡବ୍ଲୁଏସ୍ ଇୟରବଡ୍) ବ୍ୟବହାର ଯୋଗୁ ନିଜର ଶ୍ରୁତିଶକ୍ତି ହରାଇଥିବା ଜଣାପଡ଼ିଛି। ଆଜିକାଲି ଇୟର୍‌ଫୋନ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଛି। ବିଶେଷକରି ଆପଣ ଯଦି ବସ୍ ବା ରେଳ ଯୋଗେ ଦୂରଯାତ୍ରା କରୁଛନ୍ତି କିମ୍ବା ଏକ କୋଳାହଳମୟ ଅଫିସରେ ବେଶି ସମୟ କଟାଉଛନ୍ତି, ତେବେ ଇୟର୍‌ଫୋନ୍ ବ୍ୟବହାର କରିବାକୁ ବାଧ୍ୟ। କିନ୍ତୁ ଘଣ୍ଟାଘଣ୍ଟା ଧରି ଏହାକୁ ନିରବଚ୍ଛିନ୍ନଭାବେ ବ୍ୟବହାର କରିବାର କୁଫଳ ରହିଛି। ଏହାଦ୍ବାରା ଆପଣ ନିଜର ଶ୍ରୁତିଶକ୍ତି ହରାଇପାରନ୍ତି କାରଣ କାନ ଭିତରେ ଇୟର୍‌ବଡ୍ ଗୁଞ୍ଜା ହେବା ଯୋଗୁ କାନ ଭିତରକୁ ବାୟୁଚଳାଚଳ ବନ୍ଦ ହୋଇଯାଇଥାଏ।

ରିପୋର୍ଟ ଅନୁଯାୟୀ, ବାଳକଟି ଦୀର୍ଘ ସମୟ ଇୟର୍‌ଫୋନ୍ ବ୍ୟବହାର କରିବା ପରେ କାନରେ ସଂକ୍ରମଣ ଯୋଗୁ ନିଜର ଶ୍ରୁତିଶକ୍ତି ହରାଇଥିଲା। ତେବେ ଡାକ୍ତରମାନେ ସର୍ଜରି କରି ବାଳକର ଶ୍ରୁତିଶକ୍ତି ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଦୀର୍ଘ ସମୟ ଇୟର୍‌ଫୋନ୍ ବ୍ୟବହାର କଲେ କାନ ଭିତରେ ଆର୍ଦ୍ରତା (ହ୍ୟୁମିଡିଟି) ବୃଦ୍ଧି ପାଇଥାଏ। ଏହା ଜୀବାଣୁ ଓ ଭୂତାଣୁ ସଂକ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଆମ ଶରୀର ପରି କାନ ଭିତରେ ବାୟୁ ଚଳାଚଳ କରିବାର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହିଛନ୍ତି। ଦୀର୍ଘ ସମୟ ଧରି ଇୟର୍‌ବଡ୍ ଗୁଞ୍ଜି ଏହାକୁ ବନ୍ଦ ରଖିଲେ କାନ ଭିତରେ ଝାଳ ହୋଇ ସଂକ୍ରମଣର କାରଣ ହୋଇଥାଏ। ଏଣୁ ଇୟର୍‌ଫୋନ୍ ମାତ୍ରାଧିକ ବ୍ୟବହାର ନ କରିବା ଏବଂ କାନକୁ ସଫା ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe