ନନ୍ଦୀକୁ ଗେଲ କରି ଯୋଗୀ ପଚାରିଲେ; ଆରେ ଏ ନନ୍ଦୀ, କାହିଁକି ରାଗିଛୁ, ତା’ ପରେ....

Advertisment
ନନ୍ଦୀକୁ ଗେଲ କରି ଯୋଗୀ ପଚାରିଲେ; ଆରେ ଏ ନନ୍ଦୀ, କାହିଁକି ରାଗିଛୁ, ତା’ ପରେ....

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନନ୍ଦୀକୁ ଗେଲ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ସକାଳେ ଗୋରଖନାଥ ମନ୍ଦିରର ଗୋଶାଳାରେ ପହଞ୍ଚିଥିଲେ। ସେଠାକୁ ଯାଇ ସେ ଗୋଶାଳାରେ ଥିବା ଗାଈ ଓ ନନ୍ଦୀଙ୍କୁ ଗୁଡ଼ ଖାଇବାକୁ ଦେଇଥିଲେ। ତା’ପରେ ସେ ଗୋଶାଳାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲେ, ଯେଉଁଠାରେ କେବଳ ଗୋଟିଏ ନନ୍ଦୀ ବନ୍ଧା ହୋଇଥିଲା।

ନନ୍ଦୀକୁ ଏକା ଦେଖି ତା’ ମୁହଁକୁ ଆଉଁସି ଦେବା ସହ ତା’ ସହ କିଛି ସମୟ କଥା ହୋଇଥିଲେ ଯୋଗୀ!  ସେଠ‌ାରେ ଉପସ୍ଥିତ ଥିବା ଲୋକଙ୍କୁ ନନ୍ଦୀର ସିଙ୍ଗରେ ତେଲ ଲଗାଇବାକୁ କହିବା ସହ ଯୋଗୀ ନନ୍ଦୀକୁ କହିଥିଲେ ଯେ, 'ନନ୍ଦୀ କାହିଁକି ରାଗିଛୁ। ଏକୁଟିଆ ରଖାଯାଇଛି ବୋଲି ରାଗୁଛୁ କି?’ ଏଭଳି କହି ତାକୁ ଆଉଁସି ଦେବା ସହ ଆଗକୁ ବଢ଼ିଥିଲେ ଯୋଗୀ।

ଯୋଗୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଲୋକେ ପ୍ରଶଂସା କରିଛନ୍ତି। ତେବେ ଶ୍ରାବଣ ମାସ ଆସୁଥିବାରୁ ଯୋଗୀ ସରକାର ବୋଲବମ୍ ଯାତ୍ରା ଆରମ୍ଭ ପୂର୍ବରୁ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି କରିଛନ୍ତି । କରୋନା କାରଣରୁ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଥିବା ବୋଲବମ୍ ଯାତ୍ରା ବର୍ତ୍ତମାନ ପୁଣି ଆରମ୍ଭ ହେବାକୁ ଯାଉଛି। ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବା ବ୍ୟତୀତ ୟୁପି ସରକାର ଏହି ଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ମାର୍ଗରେ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ପଦକ୍ଷେପ ନେବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe