ଅକ୍ସିଜେନ ସିଲିଣ୍ଡର ଧରି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଲେ ବୃଦ୍ଧା

Advertisment

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ସୁମିରତି ଦେବୀ ପେନସନ ପାଇଁ ଦୌଡ଼ିଦୌଡ଼ି ହେଲେଣି ନୟାନ୍ତ। ଅକ୍ସିଜେନ ସିଲିଣ୍ଡରକୁ ଆଧାର କରି ବଞ୍ଚି ରହିଛନ୍ତି। ଚିିକିତ୍ସା ପାଇଁ ନାହିଁ ଅର୍ଥ ।

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ସୁମିରତି ଦେବୀ ପେନସନ ପାଇଁ ଦୌଡ଼ିଦୌଡ଼ି ହେଲେଣି ନୟାନ୍ତ। ଅକ୍ସିଜେନ ସିଲିଣ୍ଡରକୁ ଆଧାର କରି ବଞ୍ଚି ରହିଛନ୍ତି। ଚିିକିତ୍ସା ପାଇଁ ନାହିଁ ଅର୍ଥ ।

ତକି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ନିକଟରେ ଗୋରଖପୁର ତହସିଲ ସଦରର ତହସିଲ ସମାଧାନ ଦିବସରେ ଜଣେ ବୃଦ୍ଧା ଅକ୍ସିଜେନ ସିଲିଣ୍ଡର ସହିତ ପହଞ୍ଚିଥିଲେ। ଉକ୍ତ ବୃଦ୍ଧାଙ୍କ ନାମ ସୁମିରତି ଦେବୀ ବୋଲି ଜଣାପଡ଼ିଛି। ସୁମିରତି ସ୍ବର୍ଗତଃ ରାମବୃକ୍ଷ ଯାଦବଙ୍କ ସ୍ତ୍ରୀ। 

ଅଧିକପଢ଼ନ୍ତୁ:ଆମ ଲୋକଙ୍କୁ ଗାୟବ କରୁଛି ଭାରତ : ବାଂଲାଦେଶ

ସୁମିରତି ଦେବୀ ବିଦ୍ୟୁତ ବିତରଣ କେନ୍ଦ୍ରର କର୍ମଚାରୀ ଥିଲେ। ୨୦୨୦ ଏପ୍ରିଲ ୩୦ ତାରିଖରେ ସେ ଚାକିରିରୁ ଅବସର ନେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ପେନସନ ମିଳିପାରି ନାହିଁ।  ଚାକିରିରୁ ଅବସର ନେବାର ୪ବର୍ଷ ପରେ ମଧ୍ୟ ପେନସନ ନପାଇବାରୁ ସୁମିରତି ଠିକ ଭାବେ ନିଜର ଚିକିତ୍ସା କରି ପାରୁ ନାହାନ୍ତି। କାରଣ ତାଙ୍କ ପାଖରେ ଯେତିକି ସଞ୍ଚୟ ଅର୍ଥ ଅଛି ତାହା ଧୀରେଧୀରେ ତାହା ସିରିବାକୁ ଆସିଲାଣି।

ସୁମିରତି ଦେବୀଙ୍କ ଶରୀର ଅବସ୍ଥା ଏତେ ମାତ୍ରାରେ ଅସୁସ୍ଥ କି ସେ ଅକ୍ସିଜେନ ସିଲିଣ୍ଡର ସାହାରାରେ ବଞ୍ଚି ରହିଛନ୍ତି। ପେନସନ ପାଇଁ ସେ ଅଧିକାରୀଙ୍କ ପାଖକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି। ପେନସନ ବିଲ ପାସ ପାଇଁ ଅଧିକାରୀମାନେ ଲାଞ୍ଚ ମାଗୁଛନ୍ତି। ଗୋରଖପୁରରେ ତହସିଲ ଦିବସର ଆୟୋଜନ କରାଯାଇଥିବା ଜାଣି ସୁମିରତି ଦେବୀ ତାଙ୍କ ନାତିକୁ ଧରି ଅକ୍ସିଜେନ ସିଲିଣ୍ଡର ସାହାରାରେ ଜିଲ୍ଲାପାଳ ଅଭିନାଶ ଜୋସିଙ୍କୁ ସାକ୍ଷାତ କରି ନିଜର ଗୁହାରି ଶୁଣାଇଛନ୍ତି।

ଅଧିକପଢ଼ନ୍ତୁ:୨୦୨୪ର ପ୍ରିୟ ଚଳଚ୍ଚିତ୍ର ତାଲିକା ସେୟାର କଲେ ଓବାମା

ଜିଲ୍ଲାପାଳ ବୃଦ୍ଧଙ୍କ ଅସୁବିଧା ଶୁଣିବା ପରେ ତୁରନ୍ତ ଅଧିକାରୀଙ୍କୁ ସୁମିରତି ଦେବୀଙ୍କ ପେନସନ ବିଲ ପାସ କରିବାକୁ ଅନୁରୋଧ କରିଛନ୍ତି। ସୁମିରତିଙ୍କୁ ଅକ୍ସିଜେନ ସିଲିଣ୍ଡର ସହିତ ଯିଏ ଦେଖୁଥିଲେ ସେ ଦୁଃଖୀ ହୋଇଯାଉଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe