ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତି ଗୋଟାବାୟାଙ୍କୁ ମାଳଦ୍ୱୀପରେ ବି ବିରୋଧ, ସସ୍ତ୍ରୀକ ସିଙ୍ଗାପୁର ଯିବେ

ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତି ଗୋଟାବାୟାଙ୍କୁ ମାଳଦ୍ୱୀପରେ ବି ବିରୋଧ, ସସ୍ତ୍ରୀକ ସିଙ୍ଗାପୁର ଯିବେ

Image Courtesy: BBC News

ମାଲେ: ସଂପ୍ରତି ନିଜ ଦେଶ ଶ୍ରୀଲଙ୍କାରେ ପ୍ରବଳ ଜନ ଅସନ୍ତୋଷ ଓ ଜନ ଆନ୍ଦୋଳନକୁ ସାମନା କରିବାରେ ଅସମର୍ଥ ହୋଇ ନିଜ ଦେଶ ଶ୍ରୀଲଙ୍କା ଛାଡ଼ି ପଳାତକ ସାଜିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ। ମାଳଦ୍ୱୀପର ରାଜଧାନୀ ମାଲେରେ ସସ୍ତ୍ରୀକ ଆତ୍ମଗୋପନ କରିଥିବା ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତି ଗୋଟାବାୟା ସସ୍ତ୍ରୀକ ମାଳଦ୍ୱୀପରୁ ସିଙ୍ଗାପୁର ପଳାଇ ଯିବେ। ମାଲେରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିବା ଖବର ଆସିଛି। ମାଳଦ୍ବୀପରେ ଥିବା ଶ୍ରୀଲଙ୍କା ନାଗରିକ ସେଠାରେ ଗୋଟାବାୟାଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମାଲଦିଭ୍ସ୍ ନ୍ୟାସନାଲ୍‌ ପାର୍ଟି ଗୋଟାବାୟାଙ୍କୁ ଦେଶକୁ ଆସିବାକୁ ଅନୁମତି ଦେଇଥିବାରୁ ସେଠାକାର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ବାୟୁସେନାର ବିମାନରେ ମାଳଦ୍ୱୀପ ରାଜଧାନୀ ମାଲେରେ ବୁଧବାର ସକାଳେ ଅବତରଣ କରିଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ବୁଧବାର ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ।

ମାଳଦ୍ୱୀପର ସରକାରୀ ସୂତ୍ରରୁ ପ୍ରକାଶ ଯେ ଆଜି ସକାଳେ ମାଳଦ୍ୱୀପ ଅଭିମୁଖେ ଆସିଥିବା ରାଜପାକ୍ଷେ ବୁଧବାର ସନ୍ଧ୍ୟାରେ ସିଙ୍ଗାପୁର ଅଭିମୁଖେ ଯିବେ। ରାଜପାକ୍ଷେ ବୁଧବାର ସକାଳେ ମାଳଦ୍ୱୀପର ଭେଲାନା ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନିଶ୍ଚିତ କରିଛି ଯେ ରାଜପାକ୍ଷେ ଦେଶ ଛାଡି ପଳାୟନ କରିଛନ୍ତି। ଶ୍ରୀଲଙ୍କା ବାୟୁସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ରାଜପାକ୍ଷେ ତାଙ୍କ ରାଷ୍ଟ୍ରପତି କ୍ଷମତା ଅନୁଯାୟୀ ମାଳଦ୍ୱୀପକୁ ସରକାରୀ ବିମାନରେ ଯିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମୋଦନ ସହିତ ଏକ ଏସଏଲଏଏଫ ବିମାନ ପ୍ରସ୍ତୁତ କରିଥିଲେ। ଦେଶର ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମୋଦନ ପରେ ରାଜପାକ୍ଷେ ଏବଂ ତାଙ୍କ ପତ୍ନୀ ଦୁଇ ଅଙ୍ଗରକ୍ଷୀଙ୍କ ସହ ମାଳଦ୍ୱୀପ ଯାତ୍ରା କରିଥିଲେ ବୋଲି ଶ୍ରୀଲଙ୍କା ଅଧିକାରୀମାନେ ବୁଧବାର ସରକାରୀ ଭାବେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe