ଗୌତମ ଆଦାନୀଙ୍କୁ ଜେଡ ବର୍ଗର ସୁରକ୍ଷା ଯୋଗାଇଦେଲେ କେନ୍ଦ୍ର ସରକାର

Advertisment

ଗୁଇନ୍ଦା ସୂଚନା ମିଳିବା ପରେ ନିଆଗଲା ପଦକ୍ଷେପ

ଗୁଇନ୍ଦା ସୂଚନା ମିଳିବା ପରେ ନିଆଗଲା ପଦକ୍ଷେପ

ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ଆଉ ୬ ମାସ ସମୟ ମାଗିଲା ସେବି

Image Courtesy: News Live

ନୂଆଦିଲ୍ଲୀ: ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଆଇବିର ଗୁପ୍ତଚର ଇନପୁଟ ଆଧାରରେ ଏହି ସୁରକ୍ଷା ଆଦାନୀଙ୍କୁ ଦିଆଯାଇଛି। ତେବେ ଗୌତମ ଆଦାନୀ ନିଜେ ତାଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବେ। ଜେଡ ସୁରକ୍ଷା ଅଧୀନରେ ସମୁଦାୟ ୩୩ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଗୌତମ ଆଦାନୀଙ୍କ ପୂର୍ବରୁ ରିଲାଏନ୍ସର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ମଧ୍ୟ ଜେଡ଼ ସୁରକ୍ଷା ଦିଆଯାଇଥିଲା। ଅମ୍ବାନୀ ମଧ୍ୟ ତାଙ୍କର ସୁରକ୍ଷା ଖର୍ଚ୍ଚ ବହନ କରନ୍ତି | ସୂଚନା ଥାଉ କି ଆଦାନୀଙ୍କର ସମୁଦାୟ ସାତୋଟି କମ୍ପାନୀ ତାଲିକାଭୁକ୍ତ ରହିଛି | ଏଥିମଧ୍ୟରେ ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପାୱାର, ଆଦାନୀ ୱିଲମାର, ଆଦାନୀ ପୋର୍ଟସ, ଆଦାନୀ ଟୋଟାଲ ଗ୍ୟାସ ଏବଂ ଆଦାନୀ ଟ୍ରାନ୍ସମିସନ ରହିଛି | ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ,ଚଳିତ ବର୍ଷ ଆଦାନୀଙ୍କ ସମ୍ପତ୍ତି ୪୮.୮ ବିଲିୟନ ଡ଼ଲାର ବୃଦ୍ଧି ପାଇଛି ଏବଂ ସେ ହେଉଛନ୍ତି ଏକମାତ୍ର ଧନୀ ବ୍ୟକ୍ତି ଯିଏକି ପୃଥିବୀର ଶ୍ରେଷ୍ଠ ଦଶ ଜଣ ଧନୀ ବ୍ୟକ୍ତିଙ୍କ ଅଛନ୍ତି |

ଦିନେ ଆଦାନୀଙ୍କୁ କରାଯାଇଥିଲା ଅପହରଣ
ଦୁନିଆର ଜଣେ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣାଶୁଣା ଆଦାନୀଙ୍କୁ ମଧ୍ୟ ଦିନେ ଅପହରଣ କରାଯାଇଥିଲା | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଏହା ୧୯୯୭ ମସିହାରେ ଘଟିଥିଲା | ଆଦାନୀଙ୍କୁ ଅପହରଣ କରାଯାଇ ମୁକ୍ତ କରିବା ବଦଳରେ ଅପହରଣକାରୀ ପ୍ରାୟ ୧୧ କୋଟି ଟଙ୍କା ମାଗିଥିଲେ। ଜାନୁଆରୀ ୧, ୧୯୯୮ରେ ପୁଲିସ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରିଥିଲା। ଆଦାନୀଙ୍କ ସହ ଶାନ୍ତିଲାଲ ପଟେଲଙ୍କୁ ମଧ୍ୟ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ଦୁହେଁ କର୍ଣ୍ଣାବତୀ କ୍ଲବରୁ ନିଜ କାରରେ ମହମ୍ମଦପୁରା ରୋଡ ଆଡକୁ ଆସୁଥିବାବେଳେ ଅପହରଣ କରାଯାଇଥିଲା | ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଥିଲା। ଆଦାନୀଙ୍କ ଅପହରଣ ପଛରେ ଅଣ୍ଡରୱାର୍ଲ୍ଡ ଡନ୍ ଫଜଲ ଉର ରେହମାନ ଓରଫ ଫଜଲୁ ରେହମାନ ଥିଲା ବୋଲି କୁହାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe