ପ୍ଲାଜ୍‌ମାଦାନ ପାଇଁ ସରକାରଙ୍କ ପରାମର୍ଶାବଳି

Advertisment
କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳ ହେଉନାହିଁ

The Conversation

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ରୁ ଆରୋଗ୍ୟଲାଭ ପାଇଁ ଅଦ୍ୟାବଧି ସେଭଳି କିଛି ବିଜ୍ଞାନସମ୍ମତ ତଥା ପ୍ରମାଣସିଦ୍ଧ ଉପଚାର ବାହାରି ନଥିବା ବେଳେ ସଂକ୍ରମିତଙ୍କ ପାଇଁ ପ୍ଲାଜ୍‌ମା ଚିକିତ୍ସା ହିଁ ଅନ୍ୟତମ ଅବ୍ୟର୍ଥ ଉପଶମ ଭାବେ ବିଚାର କରାଯାଉଛି। ଅପରପକ୍ଷେ, ଦେଶରେ ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ସାଢ଼େ ତିନି ଲକ୍ଷରୁ ଅଧିକ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ୨,୮୦୦ରୁ ଅଧିକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ପୀଡ଼ିତଙ୍କ ଉପଚାର ପାଇଁ ପ୍ଲାଜ୍‌ମାଦାନ କରିବାକୁ ଆଗ୍ରହୀ ଥିବା ସୁସ୍ଥ ନାଗରିକମାନଙ୍କ ପାଇଁ ନିର୍ଦ୍ଦେଶାବଳି ପ୍ରକାଶ କରିଛନ୍ତି।

ଏ ପରିପ୍ରେକ୍ଷୀରେ ଜଣେ ଉତ୍ସାହୀ ପ୍ଲାଜ୍‌ମାଦାତା କ’ଣ କରିବା ଉଚିତ ଓ କ’ଣ ନକରିବା ଦରକାର ସେ ସଂକ୍ରାନ୍ତ ଏକ ତାଲିକା ଦିଆଯାଇଛି। ପ୍ରଥମତଃ ପ୍ଲାଜ୍‌ମା ଦାନ କରିବା ପୂର୍ବର ୪ ମାସ ଭିତରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ(ଆଣ୍ଟିଜେନ୍‌ ଟେଷ୍ଟ ହେଉ କି ଆର୍‌ଟି-ପିସିଆର୍ ଟେଷ୍ଟ)ର ହାର୍ଡ କପି ସହିତ ଆଧାର କାର୍ଡର କପି ସାଙ୍ଗରେ ରହିବା ଏକାନ୍ତ କାମ୍ୟ। ଜଣେ କରୋନାଭୂତାଣୁ ଆକ୍ରାନ୍ତଙ୍କ ଲକ୍ଷଣ ଦେଖାଯାଉ ବା ନଯାଉ ତାଙ୍କର କୋଭିଡ୍‌-୧୯ ପଜିଟିଭ୍‌ ରିପୋର୍ଟ ବାହାରିବାର ୧୪ ଦିନ ପରେ ହିଁ ପ୍ଲାଜମାଦାନ କରିବା ବାଞ୍ଛନୀୟ। ଗର୍ଭବତୀ ଥିବା ମହିଳାମାନେ ପ୍ଲାଜ୍‌ମାଦାନ କରିପାରିବେ ନାହିଁ।

ସେହିପରି କୋଭିଡ୍‌ ଟିକା ନେଇଥିବା ପ୍ଳାଜ୍‌ମାଦାତା ଟିକା ନେବାର ୨୮ ଦିନ ଭିତରେ ପ୍ଲାଜ୍‌ମାଦାନ କରିବାକୁ ବାରଣ କରାଯାଇଛି। ଜଣଙ୍କୁ ରକ୍ତରେ ଆବଶ୍ୟକ ପରିମାଣର ଆଣ୍ଟିବଡି ଅଭାବ କାରଣରୁ ମନା କରାଯାଇଥିଲେ ସେ ପ୍ଲାଜ୍‌ମାଦାନ କରିପାରିବେ ନାହିଁ। ତେବେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ପାଇଁ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଗୁଆ ଯୋଗାଯୋଗ କରିବା ଜରୁରୀ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe